ବ୍ରହ୍ମପୁର,୧୯/୫,(ହିମାଂଶୁ ଶେଖର ସାବତ):ଆଜି ବିଶ୍ୱ ମହୁମାଛି ସଂରକ୍ଷଣ ଦିବସ ଏହି ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ହଜରେ ମହୁମାଛି ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ଜୈବ ବିବିଧତା ବୃଦ୍ଧି ଓ ପ୍ରକୃତିର ସନ୍ତୁଳନ ରକ୍ଷାରେ ମହୁମାଛିର ଗୁରୁତ୍ୱ ବିଷୟରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାଷୀ ବିଷଷୋଜ୍ଞ ଡି ନାରାୟଣ ସଦସ୍ୟମାନଙ୍କୁ ସହିତ ଆଲଚନା କରିବା ସହିତ ସଚେତନତା ସୃଷ୍ଟି କରିଥିଲେ ।ମହୁମାଛି କେବଳ ମହୁ ଉତ୍ପାଦାନ କରିନଥାଏ, ବରଂ ପ୍ରଜନନ ପ୍ରକ୍ରିୟା ମାଧ୍ୟମରେ ଗଛରେ ଫଳ, ଫସଲ ଓ ପରିବେଶର ସୁସ୍ଥତା ରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ମହୁମାଛିର ସଂଖ୍ୟା କମିବା ଭବିଷ୍ୟତରେ ପରିବେଶ ଓ ଖାଦ୍ୟ ଶୃଙ୍ଖଳ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିପାରେ ବୋଲି ଶ୍ରୀ ନାରାୟଣ ମତ ପ୍ରକାଶ କରିଥିଲେ ।ଏହି ଅବସରରେ “Adopt a Bee Box” drive ଭଳି ସଚେତନତାମୂଳକ ପଦକ୍ଷେପ ମାଧ୍ୟମରେ ସାଧାରଣ ଲୋକଙ୍କୁ ନିଜ ଜନ୍ମ ଦିନ, ବିବାହ ବାର୍ଷିକ ଉତ୍ସବରେ ମହୁମାଛି ବାକ୍ସକୁ ପଷ୍ୟ ଭାବେ ଗ୍ରହଣ କରି ମହୁମାଛି ସଂରକ୍ଷଣରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିଲା । ପୃବରୁ ସବୁଜ ବାହିନୀ ପକ୍ଷରୁ Adopt a Tree dirve ମାଧ୍ୟମ ରେ ଲୋକମାନଙ୍କୁ ସାମିଲ୍ କରି ଶୁକୁଣ୍ଡା ହଜ ଠାରେ ତିନି ହଜାରରୁ ଅଧିକ ବୃକ୍ଷ ରୋପଣ ହେଇଥିବା ବେଳେ ବର୍ତ୍ତମାନ ପରିବେଶ ସୁରକ୍ଷା ପାଇଁ ଆଉ ଏକ ନୂତନ ପଦକ୍ଷେପ ସଂଗଠନ ପକ୍ଷରୁ ନିଆଯାଇଥିବା ସଭାପତି କହିଛନ୍ତି କୀଟନାଶକର ଅତ୍ୟଧିକ ବ୍ୟବହାର ବନ୍ଦ କରିବା, ଫୁଲ ଗଛ ରୋପଣ କରିବା ଓ ପ୍ରକୃତିକ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସହେଯାଗ କରୁଥବା ବେଳେ ସଂପାଦକ ସାଗର ପ୍ରସାଦ ପାତ୍ର, ସ୍ୱାଧୀନ କୁମାର୍ ସାହୁ,ଅଜୟ କୁମାର ସାହୁ, ପି ବିନୋଦ, ଏ ପ୍ରକାଶ, ରବି ସାହାଣୀ, ସଂଜୟ ସାମାନ୍ତରାୟ, ଅନିଲ ଚଉଦ୍ରୀ, ବିରଜା ପ୍ରସାଦ ପାତ୍ର, ବନମାଳୀ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ଯୋଗଦେଇ ମହୁମାଛି ସଂରକ୍ଷଣ ପାଇଁ ସମୁହିକ ସଙ୍କଳ୍ପ ଗ୍ରହଣ କରିଥିଲେ । ପରିବେଶ ସୁରକ୍ଷା ଓ ଜୀବ ବିବିଧତା ରକ୍ଷା ଦିଗରେ ସବୁଜ ବାହିନୀର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

