ଫୁଲବାଣୀ,୧୧/୦୬,(ସୁନୀଲ ପଟନାୟକ):ଫୁଲବାଣୀ ସହର ରେ ମ୍ୟୁନିସିପାଲଟି ପକ୍ଷରୁ ଲୋକଂକ ଘର ଉପରେ ମନ ଇଚ୍ଛା ହୋଲ୍ଡିଙ୍ଗ ଟ୍ୟାକ୍ସ ବଢାଇଥିବlରୁ ଏହାକୁ ନେଇ ମିଳିତ ନାଗରିକ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି l ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ର ପୁନଃ ବିଚାର ପାଇଁ କମିଟି ପକ୍ଷରୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ମ୍ୟୁନିସିପାଲଟି ଅଧ୍ୟକ୍ଷ, କାଉନସିଲର, ଜିଲାପାଳ, ଉପଜିଲ୍ଲାପାଳ , ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ପ୍ରମୁଖ ଙ୍କ ସହ ବୈଠକ କରାଯିବା ସହ ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ପ୍ରମୁଖ ଙ୍କୁ ଦାବୀ ପତ୍ର ପ୍ରଦାନ କରଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା ବୋଲି ବୁଧବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟ କାରୀ ସଭାପତି ନବ କୁଷ୍ନ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଉପସ୍ଥିତ ସଦସ୍ୟ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଅତିଶିଘ୍ର ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ର ପୁନଃ ବିଚାର ପାଇଁ ହାଇକୋର୍ଟ ରେ ମାମଲା ରୁଜୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ସେହିପରି ଗୋପାଲ ପୁର – ରେଢ଼ାଖୋଲ ରେଳ ପ୍ରକଳ୍ପ ର ରିଭାଇଜଡ ଡି ପି ଆର୍ ଦାଖଲ ହୋଇଥିଲେ ମଧ୍ଯ ଜାଣି ଶୁଣି ଅନୁମୋଦନ ରେ ବିଳମ୍ୱ କରା ଯାଉଥିବା ଅଭିଯୋଗ କରିଥିଲେ ଉପସ୍ଥିତ ସଦସ୍ୟମାନେ l ଏହାବ୍ୟତୀତ ଚlରିଛକ ରୁ ଫୁଲବାଣୀ ଯାଏ ରେଳ ଲିଙ୍କ ଶିଘ୍ର ଦେବା ପାଇଁ ମଧ୍ଯ ଦାବୀ କରାଯାଇଥିଲା l ଏ ନେଇ ପ୍ରଧାନ ମନ୍ତ୍ରୀ,ରାଷ୍ଟ୍ରପତି, ରେଳ ମନ୍ତ୍ରୀ, ରେଳ ବାଇ ବରିଷ୍ଠ ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିବା ପାଇଁ ମତ ପ୍ରକାଶ ପାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ଅଶୋକ ପରିଡ଼ା, ସଭାପତି ଡ ଅରୁପ ଜେନା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, କଂଗେସ ନେତା ଭିକାରୀ ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପ୍ରଣବ ମଣ୍ଡଳ, ସମାଜ ସେବୀ ସତ୍ୟ ପ୍ରୀୟ ମହାନ୍ତି, ପ୍ରମୋଦ ସାହୁ, ଆଇନଜୀବି ବିରଜା ନାହାକ, ପ୍ରସନ୍ ବେହେରା, ବଂଶୀ ଧରପଣ୍ଡା ରାଜ ଗୋପାଳ ପାତ୍ର, ରବି ରlଜକିଶୋରେ ବେହେରା, ସନ୍ତୋଶ ପାତ୍ର, ପ୍ରମୁଖବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ l

