ରାୟଗଡ଼,୨୭/୦୬(ଅମୂଲ୍ୟ ନିଶଙ୍କ):ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ଼ ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା-ଏମଏସଏମଇ’ କାର୍ଯ୍ୟକ୍ରମ ସ୍ଥାନୀୟ ପି ଏମ ଶ୍ରୀ ଜି ସି ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାର ବହୁ ଆଡମ୍ବର ଲାଗୁକ୍ରିୟା ମାଧ୍ୟମ ରେ ପାଳିତ ହୋଇଯାଇଛି। ଆଜି ତା ୨୭/୦୬/୨୦2୨ ରିଖ ଠାରୁ ଆସନ୍ତା ୦୧/୦୭/୨୦୨୨ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ସେମିନାର ଏବଂ ପ୍ରଦର୍ଶନୀ ମେଳା ନିର୍ଦ୍ଧାରିତ ସମୟ ସକାଳ 10.45 ଠାରୁ ଆରମ୍ଭ ହେବ ଓ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ପ୍ରସାରଣ ନିମନ୍ତେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପକ୍ଷରୁ ଗାଁ ମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦିଆଯାଇଥିଲା l ନିର୍ଦ୍ଧାରିତ ସମୟରେ ଗଣମାଧ୍ୟମ ର ପ୍ରତିନିଧି ମନେ ପହଂଚିଥିଲେ l କାର୍ଯ୍ୟକ୍ରମ ଯେଉଁଠାରେ ଆରମ୍ଭ ହେବ ସେହି ସ୍ଥାନ ti ଫାଙ୍କା ଫାଙ୍କା ରହିଥିଲା l କିନ୍ତୁ ଦୁଃଖର ବିଷୟ ନିର୍ଧାରିତ ସମୟର 3.15 ମିନିଟ ସମୟ ବିଳମ୍ବ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା lରାୟଗଡ଼ାରେ ସରକାରୀ ଅର୍ଥର ଅପବ୍ୟୟ! ଦିନ 2 ସୁଦ୍ଧା ଷ୍ଟଲ୍ ଖାଲି, ଲୋକ ନାହାନ୍ତି ! ରାୟଗଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା “ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ – ୨୦୨୬” ର ପ୍ରଥମ ଦିନରେ ହିଁ ଦେଖିବାକୁ ମିଳିଛି ଚରମ ଅବହେଳା। ଜୁନ୍ ୨୭ (ଆଜି) ଠାରୁ ଜୁଲାଇ ୦୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିଲେ ସୁଦ୍ଧା ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଷ୍ଟଲରେ କେହି ଉପସ୍ଥିତ ନାହାନ୍ତି କି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁନାହାନ୍ତି।ସରକାର ଲୋକଙ୍କୁ ସଚେତନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ କେବଳ ପ୍ରହସନରେ ପରିଣତ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ସରକାରଙ୍କ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଘଟୁଛି ବୋଲି ବରିଷ୍ଠ ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ ପ୍ରକାଶ କରିଛନ୍ତି। ଦିନ ଦୁଇ ଘଂଟିକା ସମୟରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ର ବିଳମ୍ବତା ନିମତେ କିଏ ଦାଈ କଣ ବିଳମ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ଏହାର ତଦନ୍ତ ମାନ୍ୟବର ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି l

