ଫୁଲବାଣୀ,୨୪।୦୯(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା ଙ୍କ ସହ ଅଞ୍ଚଳ ର କିଛି ଆଗ ଧାଡ଼ିର କଂଗ୍ରେସ ନେତା କାର୍ଯ୍ୟାଳୟ ରେ ଗୁରୁତ୍ବ ପୂର୍ଣ୍ଣ ଆଲୋଚନା କରିଥିଲେ l ବିଶେଷ କରି ଗ୍ରାମାଂଚଳ ରେ ଥିବା ଗରୀବ ଆଦିବାସୀ ମାନଙ୍କ ଜୀବନ ଶୈଳୀ ରେ ଯେପରି ଉନ୍ନତୀ ଆସିବ ସେ ଥୀ ପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ଅଞ୍ଚଳରେ ବିକାଶ ମୁଳକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ବେଲଘର ଅଞ୍ଚଳ ର କୁଟିଆକନ୍ଧ ଙ୍କ ସାମାଜିକ ସାଂସ୍କୃତିକ, ଓ ଅର୍ଥନୈତିକ ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ l ଏଥିସହ ଅନ୍ୟାନ୍ୟ ଆଲୋଚନା ହୋଇଥଲା l ପ୍ରକଳ୍ପ ପ୍ରଶାସକ ବେହେରା ମଧ୍ଯ ସମସ୍ତ କାର୍ଯ୍ୟ ସରକାରୀ ନିତି ନୀୟମ ମଧ୍ୟରେ କରାଯାଉଥିବା କହିଥିଲେ l

