ବୁଗୁଡା,୨୫/୬(ଡ.କୁମୁଦ ଚନ୍ଦ୍ର ବେହେରା):ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବୁଗୁଡା ବ୍ଲକ ସ୍ତରୀୟ ବିକାଶ ଧାରା ଓଡ଼ିଶା ସାରା। କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ସିଡିପିଓ ବବିତା କୁମାରୀ ପଣ୍ଡା, ଏବିଡିଓ ଧର୍ମରାଜ ପରିଡା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ପ୍ରମୁଖମଞ୍ଚାସୀନ ରହିଥିଲେ। ଏହିଜନସମ୍ପର୍କ ଓ ଜନସହଭାଗିତାକାର୍ଯ୍ୟକ୍ରମ ଅବସରରେସରକାରଙ୍କ ବିଭିନ୍ନ ଜନହିତକର ଓଜନାଭିମୁଖୀ ଯୋଜନା ଯଥା -ମହିଳା ସଶକ୍ତିକରଣରଯୁଗାନ୍ତକାରୀ ସୁଭଦ୍ରା ଯୋଜନା,ମୁଖ୍ୟମନ୍ତ୍ରୀ କନ୍ୟା ବିବାହଯୋଜନା, ମାଳତୀ ମାଳତୀଦେବୀପ୍ରାକ୍ ବିଦ୍ୟାଳୟ ପରିଧାନଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିଯୋଜନା, ପୋଷଣ ଅଭିଯାନଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଏକୀକୃତ ଯୋଜନା,ଅର୍ଦ୍ଧିକା। ଯୋଜନା, ଯଶୋଦାଯୋଜନା, ଆମ କୁନି ପିଲାଯୋଜନା, ମିଶନ ବାତ୍ସଲ୍ୟଯୋଜନା, ପିଏମ୍ ଜନମନଯୋଜନା, ଆରୋହଣ ଯୋଜନା,ମିଶନ ଶକ୍ତି ଯୋଜନା, ଆମେପଢିବା ଆମ ଭାଷାରେ ଯୋଜନା,ବେଟି ବଚାଓ ବେଟି ପଢାଓଯୋଜନା, କଳିକା-କ୍ରେଚଯୋଜନା ଆଦି ଦ୍ଵାରାହିତାଧିକାରୀମାନେ କିପରି ଉପକୃତହେଉଛନ୍ତି ଏବଂ ସେମାନଙ୍କଜୀବନରେ କିପରି ପରିବର୍ତ୍ତନଆସିଛି ସେନେଇ ଆଲୋକପାତକରାଯାଇଥିଲା। ଏଥି ସହ ଅତିଥିଙ୍କଦ୍ଵାରା ଅନ୍ନପୂର୍ଣ୍ଣା ଯୋଜନାରେହିତାଧିକାରୀଙ୍କୁ ରାସନ କାର୍ଡ,ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁନୂତନ ଭତ୍ତା, ଅନ୍ତୋଦୟ ଗୃହଯୋଜନା ହିତାଧିକାରୀଙ୍କୁକାର୍ଯ୍ୟାଦେଶ ଏବଂ ଅଙ୍ଗନୱାଡିକର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନକରାଯାଇଥିଲା।

