ପୋଲସରା,୧୦।୯(ରୋହିତ୍ କୁମାର ପ୍ରଧାନ):ପୋଲସରା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଅନ୍ତର୍ଗତ ସୋଡକ ପଞ୍ଚାୟତର ସୋଡକ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟର ପରିଚାଳନା କମିଟି ଚୟନ ବିବାଦ ଦେଖା ଦେଇଥିବା ଜଣାପଡିଛି।ସୂଚନା ମୁତାବକ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜୁଲାଇ ମାସର ୦୧/୦୭/୨୬ ତାରିଖରୁ ୧୫/୦୭/୨୬ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଯାହାକୁ ନେଇ ଗତ ଜୁଲାଇ ମାସର ୧୦/୦୭/୨୬ ତାରିଖରେ ଚୟନ ଧାର୍ଯ୍ୟ କରାଯାଇଥିବା ବେଳେ ଉକ୍ତ ଦିନ ବିଦ୍ୟାଳୟର ଚୟନ ପ୍ରକିୟା କରାଯାଇଥିଲା। ୨୮୦ ଅଭିଭାବକଙ୍କ ୩୨୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ କୋରମ ପାଇଁ ୧୪୧ ଆବଶ୍ୟକ ପଡ଼ୁଥିବା ବେଳେ ୮୦ ଜଣ ଅଭିଭାବକ ଉପସ୍ଥିତ ରହି ଚୟନ ପକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଯାହାଦ୍ବାରା ଭଗବାନ ବିଷୋୟୀଙ୍କ ସପକ୍ଷରେ ଅଧିକ ସମର୍ଥନ ହେବାଯୋଗୁଁ ସଭାପତି ଭାବେ ଚୟନ କରାଯାଇଥିଲା। ଅନ୍ୟ ଅଭିଭାବକଙ୍କ ଅନୁପସ୍ଥିତି ଥିବା ଯୋଗୁଁ ଚୟନର ୭ ଦିନ ମଧ୍ୟରେ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ଥିବା ବେଳେ ଅନ୍ୟ ଅନୁପସ୍ଥିତି ଅଭିଭାବକ ମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି ଅନୁସାରେ ୦୯/୦୯/୨୬ ତାରିଖରେ ପୁଣି ଥରେ ପରିଚାଳନା କମିଟି ଗଠନ ପାଇଁ ଏବିଇଓ ଭାଗୀରଥି ପାତ୍ରଙ୍କ ଉପସ୍ଥିତରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସେଠାରେ ଅଭିଭାବକ ମଧ୍ୟରେ ବାଦବିବାଦ,ପାଟିତୁଣ୍ଡ ଯୋଗୁଁ ପରିସ୍ଥିତି ଉତେଜନା ମୁଳକ ଦେଖାଦେଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲସରା ପୋଲିସ ପରିସ୍ଥିତିକୁ ଆୟତ କରିବା ପାଇଁ ଚେଷ୍ଟା ସତ୍ତ୍ବେ କୌଣସି ସଫଳ ହୋଇନଥିଲା। ଏହାଦେଖି ଏବିଇଓ ଭାଗୀରଥି ପାତ୍ର ଚୟନ ପ୍ରକିୟାକୁ ରଦ୍ଦ କରି ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାଦେଖି ଭଗବାନ ବିଷୋୟୀ ଓ ତାଙ୍କ ସପକ୍ଷରେ ଥିବା ଅଭିଭାବକ ମାନେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି, ଏହାକୁ ନେଇ କୋର୍ଟ ଦ୍ବାରସ୍ଥ ହେବୁ ବୋଲି ପ୍ରକାଶ କରିଥିଲେ।

