ବୁଗୁଡ଼ା,୫।୭(ପୂର୍ଣ୍ଣଚନ୍ଦ୍ର ବାରିକ):ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ଏକ ବିଦ୍ଯୁତ୍ ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ହଳେ ଗାଈ ବାଛୁରି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ନୂଆଁ ବସଷ୍ଟାଣ୍ଡ ପରିସରରେ ସୁରକ୍ଷା ପାଚେରୀ ମଧ୍ୟରେ ଲଟାବୁଦା ଘେରରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟକୁ ଖୋଲା ଫାଟକ ଦେଇ ହଳେ ଗାଈ ଓ ବାଛୁରୀ ଘାସ ଖାଇବାକୁ ପ୍ରବେଶ କରିଥିଲେ। ସେ ଦୁହେଁ ସେଠାରେ ବିଦ୍ଯୁତ୍ ସଂଷ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଦ୍ଯୁତ୍ ବିଭାଗ କର୍ମଚାରୀ ଆସି ସେଠାରୁ ବିଦ୍ଯୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ମୃତ ଗାଈ ଓ ବାଛୁରୀକୁ ଏନ୍ଏସି ସଫେଇ କର୍ମଚାରୀମାନେ ଟ୍ରାନ୍ସଫର୍ମର ନିକଟରୁ ବାହାର କରିଥିଲେ। ଗତକାଲି ଦିନରାତି ଲଗାଣବର୍ଷାରେ ଟି.ଭୀମ ପାତ୍ରଙ୍କ ଗାଈ ଓ ବାଛୁରୀ ଦୁଇଟି ଘରକୁ ଫେରିନଥିବା ବେଳେ ଆଜି ସକାଳେ ସେ ଦୁହିଁଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।ବିଦ୍ୟୁତ ବିଭାଗ ର ଖାମଖିଆଲି ମନଭାବ ଯୋଗୁଁ ଦୁଇ ନିରୀହ ଜୀବ ଙ୍କ ଜୀବନ ଯାଇଥିବାବେଳେ ପ୍ରତ୍ୟେକ ଟ୍ରାନ୍ସଫର୍ମର ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ତା ସୁଦୃଢ଼ କରିବାକୁ ସାଧାରଣରେ ଦାବି ହୋଇଛି।

