ଫୁଲବାଣୀ:ଜନବାଣୀ,୨୨/୦୬(ସୁନୀଲ ପଟନାୟକ):ଫୁଲବାଣୀ ସହର ର ମଧ୍ଯ ଭାଗ ରେ କୋର୍ଟ ଛକ ରେ ଅବସ୍ଥିତ ଏକ ମାତ୍ର ସର୍ବ ପୁରାତନ ଟାଉନ ହଲ ଭାବେ ପରିଚିତ ଗାନ୍ଧୀ ସ୍ମୃତି ଭବନ ର ସଂପୂର୍ଣ୍ଣ ମରାମତି କାର୍ଯ୍ୟ ଆରଂଭ ହୋଇଛି l ଏହାକୁ ଅତ୍ୟାଧୁନିକ ଶୈଳୀ ରେ ବେଶ ସୁନ୍ଦର ଓ ଆକର୍ଷଣୀୟ ଭାବେ ନିର୍ମାଣ କରିବା ପାଇଁ ଫୁଲବାଣୀ ମ୍ୟୁନିସପାଲିଟି ହାତକୁ ନେଇଛି l ଏଥିରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି l ସହର ର ବନାନୀ କଳା ସଙ୍ଗମ ଓ ସିଟି ଯେନ୍ ଫୋରମ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ବହୁବାର ଏହି ଗାନ୍ଧୀ ସ୍ମୃତି ଭବନ ର ମରାମତି କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ, ମୂଖ୍ୟ ଉନ୍ନୟନ ଅଧିକାରି ତଥା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ଫଳରେ ପ୍ରଥମ ପର୍ଯ୍ୟାୟ ରେ ୪୦ଲକ୍ଷ ଟଂକା ଅନୁଦାନ ପ୍ରଦାନ କରିଥିଲେ l ତେବେ ଗାନ୍ଧୀ ସ୍ମୃତି ଭବନ ର ଛାତ ରୁ ପାଣି ଲିକ୍ ହେଉଥିବାରୁ ଛାତ ମରାମତି, କାନ୍ଥ ମରମତି ସହ ରଙ୍ଗ ବ୍ୟବସ୍ଥା, ସେଣ୍ଟ୍ରାଲ ଏ ସି, ସିଲିଙ୍ଗ, ଷ୍ଟେଜ, ବାଥରୁମନିର୍ମାଣ, ଲାଇଟ୍ ସାଉଣ୍ଡ, ଏଲ ଇ ଡି ବ୍ୟବସ୍ଥା, କବାଟ, ବିଦ୍ୟୁତ୍ ସବ ସେଣ୍ଟର୍ ଆଦି ନୂତନ ଭାବେପ୍ରତିଷ୍ଠା କରି ଏକ ଉନ୍ନତ ମାନର ଅ ଡି ଟୋରିୟୋମ ସୁବିଧା ପ୍ରଦାନ କରିବା ପାଇଁ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି କହିଛନ୍ତି l ନିର୍ମାଣ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା ମହାନ୍ତି କହିଛନ୍ତି l କାର୍ଯ୍ୟ ଯେପରି ଭଲ ହେବ ଓ ଶୀଘ୍ର ସରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସହରାଞ୍ଚଳ ବିକାଶ ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ କହିଛନ୍ତି l ଆବଶ୍ୟକ ଅ ର୍ଥ ଅନୁଦାନ ପାଇଁ ନଗର ଉନ୍ନୟନ ବିଭାଗ କୁ ଚିଠି ଲେଖା ଯାଇଥିବା ଜଣାପଡିଛି l ଫୁଲବାଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କାର୍ଯ୍ୟ ଜୋରଜୋର ରେ ଚାଲିଛି l ସେହିପରି ଜିଲ୍ଲା ପାଳ ବେଦ ଭୂଷଣ ମଧ୍ଯ ଗାନ୍ଧୀ ସ୍ମୃତି ଭବନ ଯେପରି ସୁନ୍ଦର୍ ଓ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ ଦେଉଥିବା ଜଣାପଡିଛି l ଗାନ୍ଧୀ ସ୍ମୃତି ଭବନ ତଦlରଖଦାୟିତ୍ବ ରେ ଥିବା ଉପଜିଲ୍ଲାପାଳ ଭିକାରୀ ସାହୁ ମଧ୍ଯ ବିଭିନ୍ନ ସମୟ ରେ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ସୁଚିନ୍ତିତ ପରାମର୍ଶ ଦେଉଛନ୍ତି l ସେହିପରି ପୌର ନିର୍ବାହୀ ଅଧିକାରୀ ମହାନ୍ତି ଓ ସହକାରୀ ଯନ୍ତ୍ରୀ ନିଯମିତ ଭାବେ ନିର୍ମାଣ କାର୍ଯ୍ୟତଦାରଖ କରୁଥିବା ଫଳରେ ନିର୍ମାଣ କାର୍ଯ୍ୟ ଉନ୍ନତ ମାନର ହେଉଥିବା ଦେଖାଯାଉଛି l

