ଫୁଲବାଣୀ,୨୭/୩:(ସୁନୀଲ ପଟ୍ଟନାୟକ)ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରର ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଠାରୁ ଏକ ରାଲି ବହାରିସହର ପରିକ୍ରମା କରିଥିଲା ଏହାକୁ ପରିବାର କଲ୍ୟାଣ ମୁଖ୍ୟ ଡଃ ପ୍ରସନ୍ନ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ । ଏଥିରେ ଯକ୍ଷ୍ମା ବିଭାଗର ମୁଖ୍ୟ ଡଃ ସୁରନ୍ଦ୍ର ନାଥ ସିଂ, ଯକ୍ଷ୍ମା ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀ ଓସାକସ କର୍ମଚାରୀ, ଏ ଏନ୍ ଏମ ଓ ଜି ଏନ୍ ଏମ ର ଛାତ୍ରଛାତ୍ରୀ, ଶିକ୍ଷକ ଓ ସମସ୍ତ ଚତୁର୍ଥ ଶ୍ରେଣୀର କର୍ମଚାରୀ ଉପସ୍ଥିତ ଥିଲେ । ଏହା ଜିଲ୍ଲାପାଳଙ୍କ ବାସଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା ଓ ପୋଷ୍ଟର ଓ ଲିଫ ଲେଟ ବଣ୍ଟନ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବୈଠକରେ ବିଶ୍ଵ ଯକ୍ଷ୍ମା ଦିବସ ଓ ୧୦୦ ଦିନର କାର୍ଯ୍ୟ ଖସଡା ବିଷୟରେ ଆଲୋଚନା କରାଯାଇଥିଲା l ଏଥିରେ ଏ ଏଚ୍ ଏମ ଟି ସି ର ଟ୍ୟୁ ଟ ର ଶ୍ରୀମତୀ ଏଲିନା ମିଶ୍ର, ଡି ଏ ଚ ଏ ଚ ର ଡା ଅଭିନାଷ ଶଙ୍କର, ବ୍ଲଡ଼ ବ୍ଯାଙ୍କ ଇନଚାର୍ଜ ଡଃ ଜୟଦୀପ ଘୋଷ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ସୁରନ୍ଦ୍ର ନାଥ ସିଂ, ଟି ବି ଏ ଚ ଶ୍ରୀମତୀ ଅନିତା ସାହୁ, ଆଶା କର୍ମୀ, ଏ ଏନ୍ ଏମ ଓ ଜି ଏନ୍ ଏମ ର ଛାତ୍ରଛାତ୍ରୀ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସଞ୍ଜୟ କୁମାର ସାହୁ, ଏସ ପି ଜେ ଶେଷଦେବ ନାୟକ ନିଜର ମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯକ୍ଷ୍ମା ଓ ଏ ଚଆଇ ଭି ସଂଯୋଜକ ସୁନିଲ କୁମାର ପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

