ବୁଗୁଡ଼ା,୦୩/୦୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ କାଳବୈଶାଖୀ ଝଡ଼ର ପ୍ରଭାବରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।ଦୀର୍ଘ ୨ଘଣ୍ଟା ଧରୀ ପ୍ରବଳ ବର୍ଷା, ପବନ,ବିଜୁଳି ଘଡଘଡି ସାଙ୍ଗକୁ କୁଆପଥର ବର୍ଷା ହେବା ଫଳରେ ବହୁ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ବିଦ୍ୟୁତ ଖୁଣ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଛି।କାଳବୈଶାଖୀ ଯୋଙ୍ଗୁ କେତେକ ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର ଓ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ୨ ଘଣ୍ଟା ଧରି ବିଦ୍ୟୁତ ବିଛିନ୍ନ ହୋଇଥିବାରୁ ଅନ୍ଧାରରେ ବୁଗୁଡ଼ା ବାସୀ।

