ବୁଗୁଡ଼ା, ୨୧/୩: (ଜନବାଣୀ): ବୁଗୁଡ଼ା ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ସ୍ଥାନୀୟ ନିୟୁଏରା ପବ୍ଲିକ ସ୍କୁଲରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି। ସାହିତ୍ୟଘର କର୍ମକର୍ତ୍ତା ଓ ସଦସ୍ୟମାନେ ଏକାଠି ହୋଇ ପଖାଳ ଖାଇବା ସହ ପଖାଳର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ପ୍ରତିନିଧି ଅନୀଲ ପଟ୍ଟନାୟକଙ୍କ ପରିଚାଳନାରେ ସାହିତ୍ୟଘର ସଭାପତି ରଘୁନାଥ ସାହୁ, ଉପସଭାପତି ଅନନ୍ତ କର, ସମ୍ପାଦକ ବିଭୂତି ଭୂଷଣ ମିଶ୍ର, ସହସମ୍ପାଦକ ପ୍ରସନ୍ନ କୁମାର ଦାଶ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ସଦସ୍ୟ ରବୀନ୍ଦ୍ର ପଲାଇ, ବଂଶୀଧର ନାୟକ, ଡ.ବ୍ରଜକିଶୋର ପାଢ଼ୀ, ରାମଚନ୍ଦ୍ର ସାହୁ, ସନ୍ତୋଷ କୁମାର ଗୌଡ଼, ମୃତ୍ୟୁଞ୍ଜୟ ହୋତା, ଶ୍ରୀଧର ମିଶ୍ର ଓ ଅରୁଣ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ବୈଷ୍ଣବ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

