ଫୁଲବାଣୀ,୧୮।୦୯(ସୁନୀଲ ପଟ୍ଟନାୟକ):ଦାରିଂବାଡ଼ି ଥାନା ପୋଲିସ୍ ଆଇ ଆଇ ସି ସଂଗ୍ରାମ କେଶରୀ ଜେନା ଙ୍କ ନେତୃତ୍ୱ ରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ବେଆଇନ୍ ପାର୍କିଂ, ବେପରୁଆ ଗାଡି ଚାଳନା, ମୋଡ଼ି ଫାଏ ଡ ସାଇଲେଂସର୍ ଲଗାଇବା,ହେଲମେଟ ନ ପିନ୍ଧିବା ଆଦି ଯାଞ୍ଚ ବେଳେ ୮ଟି ବାଇକ୍ ଜବତ କରିଛି l କେତକ ବାଇକ୍ ରେ ନମ୍ୱର୍ ପ୍ଲେଟ ନଥିବା, ଆବଶ୍ୟକୀୟ କାଗଜ ପତ୍ର ମଧ୍ଯ ନଥିବା ଥାନା ଅଧିକାରୀ ଜେନା କହିଛନ୍ତି l ଆଗକୁ ପୂଜା ଆସୂ ଥିବାରୁ ଏଭଳି ଯାଞ୍ଚ ନିୟମିତ ଭାବେ କରାଯିବ ବୋଲି ଜେନା କହିଛନ୍ତି l ଏଣୁ ଟ୍ରାଫିକ ନିୟମ ଅନୁଯାୟୀ କାଗଜ ପତ୍ର ଠିକ୍ ରଖି ଗାଡି ଚଳାଇବାକୁ ଥାନା ଅଧିକାରୀ ଜେନା ପରାମର୍ଶ ଦେଇଛନ୍ତି l ଦାରିଂବାଡ଼ି ଥାନା ଅଧିକାରୀ ଭାବେ ସଂଗ୍ରାମ କେଶରୀ ଜେନା ଦାୟିତ୍ବ ଗ୍ରହଣ କରିବା ପରଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆସିବା ସହ ରାତ୍ରୀ କାଳୀନ ପେଟ୍ରଲିଂ କୁ ଜୋରଦାର କରଯାଇଛି l

