ବେଲଗୁଣ୍ଠା,୦୧/୦୭(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ମୁଖ୍ୟ ସଡ଼କରେ ଥିବା ନାୟାର ପେଟ୍ରୋଲ ପମ୍ପରେ ଆଜି ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ନାୟାର ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଅନେକ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି,ଏହି ପମ୍ପରେ ପେଟ୍ରୋଲ ଭରିବା ପରେ ଦୁଇଚକିଆ,ଚାରିଚକିଆ ଯାନ ଗୁଡ଼ିକରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଉଛି ଯାହା ଫଳରେ ଚାଳକ ମାନେ ନା ନା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି, କେଉଁଠି ଅଧା ବାଟରେ ଗାଡ଼ି ଅଟକି ଯାଇଛି ତ ଆଉ କେଉଁଠି ଇଞ୍ଜିନ ସିଜ୍ ହେବା ଭଳି ପରିସ୍ଥିତି ସୃଷ୍ଟି ହେଇଛି, ପେଟ୍ରୋଲ ମାଲିକଙ୍କ ଲାଭ ଖୋର ମନୋବୃତ୍ତି ଓ ମନ ମାନି ପାଇଁ ବଳି ପଡୁଛନ୍ତି ସାଧାରଣ ଜନତା। ଏ ନେଇ ପେଟ୍ରୋଲ ପମ୍ପ ମାଲିକ ଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି,। ଯାହାଫଳରେ ପେଟ୍ରୋଲ ପକାଉଥିବା ଗ୍ରାହକ ମାନେ ଅସୋନ୍ତଷ ପ୍ରକାଶ କରିଛନ୍ତି, ଆଜି ଅଭିଯୋଗ ପାଇବା ପରେ ବେଲଗୁଣ୍ଠା ବିଡ଼ିଓ ସିଙ୍ଗିପୁରମ୍ ହରି,ତହସିଲଦାର କଳାକୃଷ୍ନ ପ୍ରଧାନ, ଭଂଜନଗର ଆଡିସିନାଲ୍ ସିଭିଲ ସପ୍ଲାୟର ସୁଭରାଜ ସାମନ୍ତରାୟ, ବେଳଗୁଣ୍ଠା ଏମ୍ ଆଇ ସମ୍ବିତ କୁମାର ଦାସ ପେଟ୍ରୋଲ ପମ୍ପରେ ପହଞ୍ଚି ତନାଘନା କରିଥିଲେ, ଏ ନେଇ ଯେତେବେଳେ ଆମ ପ୍ରତିନିଧି ବିଡ଼ିଓ ଓ ତହସିଲଦାରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ନ ରଖି ମୌଖିକ ଭାବରେ କହିଥିଲେ କି ପେଟ୍ରୋଲ ପମ୍ପ ରୁ ପେଟ୍ରୋଲ ଓ ଡିଜେଲ ସାମ୍ପୁଲ ସଂଗ୍ରହ କରି ବ୍ରହ୍ମପୁର ,ଭୁବନେଶ୍ୱର ଲାବୋରେଟୋରୀ କୁ ପଠାଇଥିବା କହିଛନ୍ତ ଏବଂ ପରବର୍ତ୍ତୀ ସମୟରେ ସମ୍ପୁଲ ରିପୋର୍ଟ ଆସିବା ପରେ ହିଁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଡ଼ିଓ ସିଙ୍ଗି ପୁରମ୍ ହରି ।

