ଫୁଲବାଣୀ,୧୧।୦୯(ସୁନୀଲ ପଟନାୟକ):ନିଜର ବୈବାହିକ ଜୀବନ ଓ ଏହାକୁ ନେଇ ଚାଲିଥିବା ଆଇନ ଗତ ପ୍ରକ୍ରିୟା ରେ ମାନ୍ୟବର ଅଦାଲତ ତାଙ୍କ ସପକ୍ଷରେ ଦେଇଥିବା ରାୟ ସଂପର୍କରେ ପ୍ରେସ ମିଟ୍ ଜରିଆରେ ତାଙ୍କୁ ନ୍ୟାୟ ପ୍ରଦାନ ପାଈଁ ଗୁରୁବାର ସ୍ଥାନୀୟ ପ୍ରେସ କ୍ଲବ ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି ଟିକାବାଲି ଅଞ୍ଚଳ ର ଆସିଷ୍ଟାଣ୍ଟ ପ୍ରଫେସର ଶାନ୍ତନୁ କୁମାର ବେହେରା l ଶାନ୍ତନୁ ଙ୍କ କହିବା ପ୍ରକାରେ ତାଙ୍କ ସ୍ତ୍ରୀ ଭlଗ୍ୟଶ୍ରୀ ଙ୍କ ପରିବାର ପଠାଣ ସାହି ରେ ଥିବା ତାଙ୍କ ଘରେ ବିବାହ ପୁର୍ବରୁ କୁଆଡ଼େ କିଛି ବର୍ଷ ଧରି ଭଡ଼ା ରେ ରହୁଥିଲେ ଆଉ ସେହି ସମୟରେ ଶାନ୍ତନୁ ଓ ଭାଗ୍ୟଶ୍ରୀଙ୍କ ମଧ୍ୟରେ କୁଆଡ଼େ ପ୍ରେମ ସମ୍ପର୍କ ଗଢି ଉଠି ଥିଲା l ପରବର୍ତ୍ତୀ ସମୟରେ ଉଭୟ ପରିବାର ଙ୍କ ସମ୍ମତି ରେ ୩୦ ମାର୍ଚ୍ଚ ୨୦୨୧ରେ ଉଭୟ ଙ୍କ ମଧ୍ୟରେ ଟିକାବାଲି ଲୁଦୁରାମୁଣ୍ଡା ସ୍ଥିତ କାଳୀ ମନ୍ଦିର ରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ହୋଇଥଲା । ଏହା ପରେ ଭାଗ୍ୟଶ୍ରୀ ବୋହୂ ହୋଈ ଶାନ୍ତନୁ ଙ୍କ ଘରେ ରହୁଥିଲେ l ତେବେ ୧ ମାର୍ଚ୍ଚ ୨୦୨୩ ରେ ସେ ଘରେ ନଥିବା ବେଳେ ତାଙ୍କ ଶଶୁର ଘର ଲୋକେ ତାଙ୍କ ସ୍ତ୍ରୀ ଭାଗ୍ୟଶ୍ରୀ ଙ୍କୁ ନେଇଯାଇଥିଲେ l ତେବେ କିଛି ମାସ ପରେ ପତ୍ନୀ ତାଙ୍କ ନିକଟକୁ ନ ଆସିବାରୁ ସେ ଶଶୁରଙ୍କୁ ପଚାରିବାର ଶଶୁର କୁଆଡ଼େ ଜାତିଗତ ସମସ୍ୟା ଯୋଗୁଁ ତମେ ଦୁହେଁ ମିଳିମିଶି ରହିବା ସମ୍ଭବ ନୁହେଁ ବୋଲି କହିଥିଲେ ବୋଲି ଶାନ୍ତନୁ ଅଭିଯୋଗ କରିଛନ୍ତି l ଫଳରେ ପତ୍ନୀ ଶୁଭଶ୍ରୀ ଙ୍କୁ ହୃଦୟ ର ସହ ଭଲ ପାଉଥିବାରୁ ଶେଷରେ ପତ୍ନୀ ଙ୍କୁ ପାଇବା ପାଇଁ ଆଇନ ର ଆଶ୍ରୟ ନେଇଥିଲେ ଆଉ ମାନ୍ୟବର ଅଦାଲତ ତାଙ୍କ ସପକ୍ଷରେ ରାୟ ପ୍ରଦାନ କରି ଷାଠିଏ ଦିନ ମଧ୍ୟରେ ଶାଶୁ ଘର କୁ ଯାଇ ପୂର୍ବ ଭଳି ମିଳି ମିଶି ରହିବା ପାଇଁ ନିର୍ଦେଶ ଦେଇଛନ୍ତି ଏଣୁ ଶାନ୍ତନୁ ସ୍ତ୍ରୀ ଭାଗ୍ୟ ଶ୍ରୀ ସବୁ ମନାନ୍ତର ଓ ମତାନ୍ତର ଙ୍କୁ ଭୁଲି ତାଙ୍କ ପାଖକୁ ଖୁସିରେ ଫେରି ଆସିବାକୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l ସେହିପରି ଅଦାଲତ ରେ ମାମଲା ବିଚାର ଧୀନ ଥିବା ବେଳେ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ଲୋକ ଲଗାଇ ଧମକ ଚମକ ଦେବା ସହ ଥାନାରେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରି ହଇରାଣ କରୁଥିବl ଶାନ୍ତନୁ ଙ୍କୁ ଶେଷରେ ଚା କିରୀ ମଧ୍ଯ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ ଆହୁରି ଅଭିଯୋଗ କରିଛନ୍ତି l ତେବେ ଏ ନେଇ ଶାନ୍ତନୁ ଙ୍କ ପତ୍ନୀ କିମ୍ବା ଶଶୁର ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା l

