ଫୁଲବାଣୀ,୨୬/୦୪:(ସୁନୀଲ ପଟନାୟକ):ଜି ଉଦୟଗିରୀ ଅଞ୍ଚଳ ରେ ହାତୀ ଆତଙ୍କ ର ମାସେ ନ ପୁରୁଣୁ ଏବେ ବାଲିଗୁଡ଼ାଡ଼ିଭିଜନ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧୀନ ଜଙ୍ଗଲ ରେ ତିନିଟିକିଆ ହାତୀ ପଲ ବୁଲୁଥିବା ଦେଖି ଅଞ୍ଚଳ ର ଲୋକେ ଆତଙ୍କିତ ହୋଇ ପଡିଛନ୍ତି l ଜଙ୍ଗଲ ଯିବାକୁ ଭୟ କରୁଛନ୍ତି l ହାତୀ ପଲ ଖାଦ୍ୟ ଓ ପାଣି ପାଇଁ ଗାଁ ମୁହା ହେଉଥିବା କୁହାଯାଉଛି l ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ହାତୀ ର ଗତିବିଧି ଠାବ କରି ଅନ୍ୟତ୍ର ଘଉଡ଼ାଇବା କାର୍ଯ୍ୟ ନକରି ଚୁପ୍ ଚାପ୍ ବସି ଥିବା ଅଭିଯୋଗ ହେଉଛି l ଜିଲ୍ଲାରେ ମାସ କେଇଟା ରେ ୫/୭ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ହାତୀ ପଲ ଜି ଉଦୟ ଗିରି, ରାଇକିଆ, ଟିକାବାଲି, କଳିଙ୍ଗା, ନନ୍ଦଗିରି ଆଦି ବିଭିନ୍ନ ଅଞ୍ଚଳ ରେ ଘର ଦ୍ବାର ଭଙ୍ଗା ରୁଜା କରିଥିବା ବେଳେ ଫସଲ ବି ନଷ୍ଟ କରିଥିଲେ l ସୂଚନା ଯୋଗ୍ୟ ଯେ, ବାଲିଗୁଡ଼ା ଡ଼ିଭିଜନ ଅନ୍ତର୍ଗତ ବେଲଘର୍ ହାତୀ ମୃତ୍ୟୁ ଘଟଣା ରେ ଡି ଏଫଓ ଛନ୍ଦି ହୋଇ ପଡିଥିବା ବେଳେ ତାଙ୍କୁ କାଳେ ସରକାର ଅନ୍ୟତ୍ର ବଦଳି କରିବେ ସେ ନେଇ ଟେନ୍ସନ୍ ରେ ଥିବା ଯୋଗୁଁ ଅନ୍ୟ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଉନଥିବା ଆଲୋଚନା ହେଉଛି l ସେ ଯାହା ହେଲେ ବି, ହାତୀ ଘଉଡାଇ ଲୋକଙ୍କୁ ସୁରକ୍ଷା ଦେବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

