କଳାହାଣ୍ଡି,ଭବାନୀପାଟଣା: ୨୫/୦୩:(ରୂପେନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଟାଉନହଲ୍, ଭବାନୀପାଟଣାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ଶେଖର ମହାପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା , ସମାଜ କଲ୍ୟାଣ ଅଧିକାରିଣୀ ସୁଚିତା ତ୍ରିପାଠୀ, ଶିଶୁ କଳ୍ୟାଣ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ନମିତା ରାଣୀ ସାହୁ, ମହିଳା ମୋର୍ଚ୍ଚାର ସାଧାରଣ ସଚିବ ସୁଭାସିନୀ ପାତ୍ର ଓ ବିଜେପି ଜିଲ୍ଲା ଉପାଧ୍ୟକ୍ଷା ସନ୍ତୋଷିନୀ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ।ଏହି ଅବସରରେ ଭବାନୀପାଟଣା ସଦର, କଳମପୁର ଓ ଧର୍ମଗଡ଼ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମାନଙ୍କୁ ବାଲ୍ୟ ବିବାହ ନିରାକରଣ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ରିସୋର୍ସ ପର୍ସନ୍ ସୁଧାଂଶୁ କୁମାର ନନ୍ଦ ଓ ଭାରତ ଭୂଷଣ ପଣ୍ଡା ଲିଙ୍ଗ ସମସ୍ୟା, ଲିଙ୍ଗ ଭିତ୍ତିକ ହିଂସା, ନାରୀଙ୍କ ଆଇନୀ ଅଧିକାର ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଘରୋଇ ହିଂସା, ଦହେଜ ନିଷେଧ ଆଇନ, ଡାଇନି ପ୍ରଥା ବିରୋଧୀ ଆଇନ, ପୋକସୋ ନିୟମ , ପୋଶ ଆକ୍ଟ ଓ ହେଲ୍ପଲାଇନ୍ ସମ୍ପର୍କରେ ଜଣାଇଥିଲେ। ପ୍ରୋଟେକ୍ସନ୍ ଅଫିସର ସନ୍ଧ୍ୟାରାଣୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମଜିବୁନ ନିଶା ସ୍ବାଗତ ଭାଷଣ ରଖିଥିବା ବେଳେ ସମାଜ କଲ୍ୟାଣ ଅଧିକାରିଣୀ ସୁଚିତା ତ୍ରିପାଠୀ ଧନ୍ୟବାଦ ଜଣାଇଥିଲେ। ୱୂମେନ ହବ ଏବଂ ୱାନ ସ୍ଟପ ସେଣ୍ଟର ର ସଦସ୍ୟମାନେ ମଧ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍-କଲେଜ ଛାତ୍ରଛାତ୍ରୀ, ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା, ମିଡିଆ ପ୍ରତିନିଧି, ଆଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସମସ୍ତ ସିଡିପିଓ ମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା।

