ବୁଗୁଡ଼ା : ୧୯/୦୩ (ଡ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଜି. ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ତହସିଲଦାର ତାପସ ରାଉତ, ମୁଖ୍ୟ ବକ୍ତା ଭାବେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଡକ୍ଟର କୁମୁଦ ଚନ୍ଦ୍ର ବେହେରା, ସିଆରସିସି ସୁନିତା ପାଣିଗ୍ରାହୀ, ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ, ସମିତି ସଭ୍ୟା ଗାୟତ୍ରୀ ପ୍ରଧାନ, ନାଏବ ସରପଞ୍ଚ ଦିଲ୍ଲୀପ କୁମାର ନାହାକ ଓ ୱାର୍ଡ ମେମ୍ବର ଉମା କାନ୍ତ ବଢ଼େଇ ଯୋଗ ଦେଇ ବିଦ୍ୟାର୍ଥୀଙ୍କ ଶୈକ୍ଷିକ, ଶାରୀରିକ ଓ ମାନସିକ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବିତରଣ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବାସୁଦାସ ପ୍ରଧାନ, ସତ୍ୟ ନାରାୟଣ ସାହୁ ଓ ସୁବଳ କହଁର ସଂଯୋଜନା କରିଥିଲେ। ସହକାରୀ ଶିକ୍ଷକ ପୀତବାସ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

