ଫୁଲବାଣୀ,୨୯।୮(ସୁନୀଲ ପଟ୍ଟନାୟକ):ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ତେବେ ଜିଲ୍ଲାରେ ମାଓ କାର୍ଯ୍ୟ କଳାପର ପୁନରାବୃତ୍ତି କୁ ରୋକିବା ପାଇଁ ଏସପି ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ପୁଲିସ ପକ୍ଷରୁ ଅଭିଯାନ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଅସ୍ତଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ଗତ ଗୁରୁବାର ଦିନ ଏନେଇ ଖବର ପାଇ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମଟବାରିହ ଅଞ୍ଚଳରେ ତଲାସି କରି ଶୁକ୍ରବାର ସକାଳେ ବିପୁଳ ପରିମାଣରେ ଏଭଳି ସାମଗ୍ରୀ ଜବତ ହୋଇଛି।ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପୋଲିସ ମୂଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଦେଇଥିବା ସୂଚନା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ବାବୁତି, ଜିମାବର୍ହି, କାରାହାପାଙ୍ଗା, ଗରାର୍ହାମାହା,ଜିମା ରାହା, ପାଦଲ ମାଲା, ମଟାବର୍ହି, ତେଲସି, ସିଦୁପଦର, ରାନି ପାଙ୍ଗା, ଝାଝିବାର୍ହି,ଟୁକୁବାର୍ହି, ସକାରି, ସାଲ୍କିଙ୍ଗିଆ, ମଣ୍ଡଳଗିର୍ନ୍ଗା, ପରିଗଡ ଓ ପେନାମାଳ ଅଞ୍ଚଳ ଗୁଡିକ ରାଇକିଆ,ବାଲିଗୁଡା,ଦାରିଙ୍ଗିବାଡି, କୋଟଗଡ ଓ ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଅଟେ। ଏହି ସବୁ ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ଅପରେସନ ବେଳେ ଦାରିଙ୍ଗବାଡି ଅଞ୍ଚଳର ମତବରିହି ଗାଁ ନିକଟସ୍ତ ଜଙ୍ଗଲ ଭିତରେ ଲୁଚାଇ ରଖା ଯାଇଥିବା ଦୁଇଟି ରାଇଫଲ୍ ରାଇଫଲ, ୧ ଟି, ୧୨ ବୋର ବନ୍ଧୁକ, ୧ଟି ସିଙ୍ଗିଲ ସଟ୍ ବନ୍ଧୁକ , ଡିଟୋନେଟେର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା । ବୋମା ନିଷ୍କ୍ରିୟ ଦଳ ପହଁଚି ତଦାରଖ କରିବା ପରେ ଏସବୁ ସାମଗ୍ରୀ ଜବତ କରାଯାଇଥିଲା । ବର୍ତମାନ ସୁଧା କୁମିଂ ଅପରେସନ ଜାରି ରହିଛି । ଏହି ସାମ୍ୱାଦିକ ସମ୍ମିଳନୀ ରେ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ସମେତ ଆଶିଷ କୁମାର ସରକାର, ଆସିଷ୍ଟାଣ୍ଟ କମାଣ୍ଡlଣ୍ଟ ଦେବାଶିଷ ସାଇ,ଅଭିନାସ ନୟକ ପ୍ରମୁଖ ଉପସ୍ଥିତ ଥିଲେ।

