ଖଜୁରୀପଡା,୦୬।୦୯(ମନୋଜ କୁମାର ବେହେରା):ଖଜୁରୀପଡା ବିଜେପି ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର କହଁରଙ୍କ ତତ୍ୱାବଧାନରେ ଆଜି ଖଜୁରୀପଡା ଲ୍ୟାମ୍ପଶେଷ ସଭାଗୃହ ଠାରେ ମଣ୍ଡଳ ପଦାଧିକାରୀ ବୈଠକ ସହ ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଏକମାସ ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ କିଭଳି ବୁଥ୍ ସ୍ତର ଯାଏଁ ସୁଚାରୁରୂପେ ହୋଇପାରିବ ସେ ନେଇ ଆଜି ବୈଠକରେ ଗୁରୁତ୍ୱପୂର୍ଣ ଆଲୋଚନା କରିବା ସହ ଦଳ ତରଫରୁ ନିର୍ଦେଶ ଥିବା ସମସ୍ତ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗ ଦର୍ଶନ କରିଥିଲେ l ସେହିଭଳି ସନ୍ଥଶିରୋମଣୀ ରବି ଦାସଙ୍କ ଜନ୍ମମାଟିରୁ ଆସିଥିବା ମାଟି କଳସ କିଭଳି ପ୍ରତି ଗ୍ରାମ ଓ଼ ବୁଥ୍ ପର୍ଯ୍ୟନ୍ତ ଯାଇ ପାରିବ ସେନେଇ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ପର୍ଶୁରାମ ନାୟକ ଉପସ୍ଥିତ ହୋଇ ଆଲୋଚନା କରିଥିଲେ l ଦଳର ସଂଗଠନକୁ ଆହୁରି ଆଗକୁ ମଜବୁତ କିଭଳି କରାଯାଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରେ ସଫଳତା ହାସଲ କରାଯିବ ସେ ନେଇ ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଉର୍ବଶୀ ଦିଗାଲ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇବା ସହ ଦଳର ଆଗାମୀ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ମହିଳାମାନଙ୍କ ପାଇଁ ରାଜ୍ୟ ଓ଼ କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା କରୁଛନ୍ତି ତାହା ଲୋକଙ୍କୁ ବୁଝାଇବା ପାଇଁ କହିଥିଲେ l ସେହିଭଳି ମନ କି ବାତ ଫୁଲବାଣୀ ବିଧାନସଭା ସଂଯୋଜକ ତଥା ଖଜୁରୀପଡା ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ ମଧ୍ୟ ପୂର୍ବର ସ୍ଥିତି ଆଉ ଆଗାମୀ ଦିନ ଗୁଡିକ କିଭଳି ଦଳର କାର୍ଯ୍ୟକ୍ରମ ରେ ସମସ୍ତେ ନିଷ୍ଠାବାନ ହୋଇ କାର୍ଯ୍ୟ ସମ୍ପାଦନ କରିବେ ସେ ନେଇ ଆଲୋଚନା କରିଥିଲେ l ସାଧାରଣ ସମ୍ପାଦକ କେଦାର ଗୌରୀ ସାହୂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୂ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶ୍ରୀ ମନୋଜ କୁମାର ପଣ୍ଡା, ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ରାଇକିଶ୍ୱର ପ୍ରଧାନ,ବିଭିନ୍ନ ମୋର୍ଚ୍ଚା ସଭାପତି ଭାବେ କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ସେନ ଦେହୁରୀ, ଯୁବମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର,ଜନଜାତି ମୋର୍ଚ୍ଚା ସଭାପତି ଆସ୍ତିକ ମଲିକ,ଓ଼ବିସି ମୋର୍ଚ୍ଚା ସଭାପତି ରୋହିତ କୁମାର ପ୍ରଧାନ,ଏସସି ମୋର୍ଚ୍ଚା ସଭାପତି ବିଜୟ କୁମାର ସେଠି, ମହିଳା ମୋର୍ଚ୍ଚା ସମ୍ପାଦିକା ସବିତା ଭୋଇ,ଙ୍କ ସମେତ ସମସ୍ତ ଶକ୍ତିକେନ୍ଦ୍ର ଏବଂ ବୁଥ୍ ସ୍ତରରୁ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ ଦଳର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ବନ୍ଦେ ମାତରଂ ଗାନ ସହ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଂଗୀତ ଗାନ ସହ ସଭାପତି ଶ୍ରୀ କହଁର କାର୍ଯ୍ୟକ୍ରମ ସମାପ୍ତ ଘୋଷଣା କରିଥିଲେ

