ନୂଆପଡ଼ା : ୨୬/୩:(ପରମେଶ୍ୱର ମେହେର) ମହୁଲପଡାରେ ବାର୍ଷିକ ଉତ୍ସବ ଉତ୍ସାହ ଶିଶୁମାନଙ୍କ ମନୋଭୃତ୍ତରେ ଲୁକାଇଥିବା ପ୍ରତିଭାକୁ ମଞ୍ଚ ଦେଇ ଉଜାଗର କରିବା ଲକ୍ଷ୍ୟରେ ମହୁଲପଡା ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ସ୍ମରଣୀୟ ଅନୁଭବ ହିସାବରେ ପାଳିତ ହୋଇଯାଇଛି । ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ ଏହି ବିଦ୍ୟାଳୟଟି ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହୋଇଥିବା ବେଳେ, ଏହାର ବାର୍ଷିକ ଆୟୋଜନ ଅଞ୍ଚଳରେ ଏକ ସାଂସ୍କୃତିକ ପର୍ବର ରୂପ ନେଇଥିଲା । । ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେ ବୋଡ଼େନର ମଙ୍ଗଳ ସମ୍ପ୍ରସାରଣ ଅଧୂକାର ନାରୀ କ୍ଷଣପ୍ରଭା ପାଣିଗ୍ରାହୀ ହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ବିଶିଷ୍ଟ ଅତିଥ୍ ଭାବରେ ପୂର୍ବତନ ଗୋ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଜଗଦୀଶ ପ୍ରସାଦ ଖମାରୀ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ କାଙ୍କେରୀ (କଳାହାଣ୍ଡି) ବୋର୍ଡର ଡିଗ୍ରୀ କଲେଜର ଅଧ୍ୟକ୍ଷ ଗୁପ୍ତେଶ୍ବର ର ମେହେର ଯୋଗଦେଇ ଶିକ୍ଷାର ମୂଲ୍ୟବୋଧ ଓ ଜୀବନ ଗଠନରେ ତାହାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥ୍ ଭାବରେ ବାବେବୀର ସରପଞ୍ଚ ଯୁଗେଶ୍ବର ପାଣ୍ଡେ, ସିଆରସିସି ମଧୁସୂଦନ ମାଝୀ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧୂକାରୀ ପ୍ରେମାନନ୍ଦ ନାଏକ ଓ ସମାଜସେବୀ ବସନ୍ତି ମାଝୀ ମଞ୍ଚାସୀନ ହୋଇଥିଲେ ।
କାର୍ଯ୍ୟକ୍ରମର ଆରମ୍ଭ ଦେବପୂଜନ ଓ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ସଙ୍ଗୀତରେ ହୋଇଥିଲା, ଯାହା ମଞ୍ଚକୁ ଏକ ଆଧ୍ୟାତ୍ମିକ ଓ ସୁସଂସ୍କୃତ ପରିବେ ବେଶ ଦେଇଥିଲା । ସେବିକା ଜ୍ୟୋସ୍ନାମୟୀ ଜଗତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରି ବର୍ଷର ସଫଳତା ଓ ଉନ୍ନତି ଚିତ୍ରକୁ ଉପସ୍ଥାପନ କରିଥିଲେ ।
ଅତିଥୂମାନେ ତାଙ୍କର ଉଦ୍ବୋଧନରେ କହିଥିଲେ ଯେ, ବାର୍ଷିକ ଉତ୍ସବ କେବଳ ଏକ ଆନନ୍ଦ ଅବସର ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଲୁବ ଲୁକାୟିତ ପ୍ରତିଭାକୁ ଉଜାଗର କରିବାର ଏକ ସୁନା ଅବସର। ଶିକ୍ଷା ସହ ସଂସ୍କୃତିକ କାର୍ଯ୍ୟକଳାପ ଜୀବନକୁ ସମୃଦ୍ଧ କରେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ମେଧା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ଛାତ୍ରୀନିବାସର ସୁଚାରୁ ପରିଚାଳନା ପାଇଁ ସିସିଏ ଝରଣା ମାଝୀ ও ବେଳମତୀ ମାଝୀଙ୍କୁ ସମ୍ବନ୍ଧିତ କରାଯାଇଥିଲା । ସନ୍ଧ୍ୟା ପର୍ବରେ ଛାତ୍ରଛାତ୍ରୀଙ୍କ ଦ୍ବାରା ‘କନ୍ୟାରନ୍’, ‘ମାଁ ଖୋଜେ ମମତା’ ଭ ଭଳି ସାମାଜିକ ସନ୍ଦେଶମୂଳକ କ୍ଷୁଦ୍ର ନାଟକ ସହ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ଓ ଫେସନ ସୋ ପ୍ରଦର୍ଶିତ ହୋଇଥିଲା, ଯାହା ଉପସ୍ଥିତ ଦର୍ଶ ଦର୍ଶକମାନଙ୍କୁ ମନମୁଗ୍ଧ କରିଥୂଲ ଚୂଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଡିସମ୍ବର ର ମେହେର ସୁଚାରୁରୂପେ ପରି ରିଚାଳନା କରିଥିବା ବେଳେ, ଶିକ୍ଷୟତ୍ରୀ ମୋନାଲିସା ପତୀ ଧନ୍ୟବାଦ ଅର୍ପଣ କରିଥିଲେ । ସାରାଂଶରେ, ଏହି ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କୃତି ও ପ୍ରତିଭାର ଏକ ସୁନ୍ଦର ସମନ୍ବୟ ରୂପେ ଅଞ୍ଚଳରେ ଏକ ସ୍ମୃତିମୟ ଅନୁଭୂତି ଛାଡ଼ି ଯାଇଛି ।

