ବୁଗୁଡ଼ା,୧୫।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ବିଘ୍ନବିନାଶକ ଓ ଆଗ୍ରପୂଜ୍ୟ ଭଗବାନ ଶ୍ରୀଗଣେଶଙ୍କ ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ, ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ଧୂମଧାମରେ ପୂଜା ଉତ୍ସବ ପାଳନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ମା ଠାକୁରାଣୀ ଯୁବ ସଙ୍ଘ ପୂଜା ମଣ୍ଡପ ରେ ଧୂମଧାମରେ ପାଳିତ ହୋଇଯାଇଛି ଆଗ୍ରପୂଜ୍ୟ ଗଣେଶଙ୍କ ପୂଜା !। ପୂଜା ଅବସରରେ ଯୁବ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ପୂଜକ ଦୁର୍ଗାମାଧବ ଦାସ ବେଦମନ୍ତ୍ର ଓ ପୂଜାର୍ଚ୍ଚନା ସହ ଭଗବାନ ଗଣେଶଙ୍କୁ ଭୋଗ ଅର୍ପଣ କରି ବିଘ୍ନବିନାଶକ ଙ୍କୁ ଆବାହନ କରିଥିଲେ। ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ଦର୍ଶନ କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।ପୂଜା ମଣ୍ଡପ ଟି ଆକର୍ଷଣୀୟ ଆଲୋକ ସଜ୍ଜା ଓ ରଙ୍ଗିନ ତୋରଣରେ ସଜାଯାଇଛି । ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ଏହି ପୂଜା ମଣ୍ଡପରେ ୧୦ ଦିନ ଧରି ବିଘ୍ନବିନାଶକ ପୂଜା ପାଇବେ ବୋଲି ଯୁବକ ସଙ୍ଘ ତରଫରୁ ସୂଚନା ଦିଆଯାଇଛି !

