ଗଞ୍ଜାମ/କୋଦଳା,୨୪।୮(ବାପୁନି ମାଲୁ):କେବେ ଦାଦନ ଉପରେ ଲାଗିବ ରୋକ୍ ? ପୁଣି ବାହାର ରାଜ୍ୟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ତଥା ପେଟ ପୋଷିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ କାମ କରିବା ପୂର୍ବରୁ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ପରେ ଚାଲିଗଲା ଜୀବନ। ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। ଆଜି ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବିଜେଡ଼ି ନେତ୍ରୀ ଡଃ ରଞ୍ଜିତା ସାହୁ। ଗଞ୍ଜାମ ବେଗୁନିଆପଡ଼ା ବ୍ଲକରୁ ଆସିଛି ଏଭଳି ଦୁଃଖଦ ଘଟଣା। ବ୍ଲକର ଦିଗାପଡା ପଞ୍ଚାୟତର ରେଗିଂଟିପଲ୍ଲୀ ଗ୍ରାମର ୫୫ ବର୍ଷୀୟ ପ୍ରଭଞ୍ଜନ ବେହେରା।ମାୟା ନଗରୀ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିବା ବେଳେ କାମ ଖୋଜୁଥିଲେ। ହେଲେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ପରଦିନ ଚାଲିଗଲା ଜୀବନ। ପରିବାର ଲୋକେ ହତବାକ୍ ହୋଇ ପଡିଥିଲେ। ମରଶରୀର ଆଣିବାକୁ ଶତଚେଷ୍ଟା କଲେ ପରିବାର ଲୋକେ।ଗରିବ ଅସହାୟ ପରିବାର ହୋଇଥିବାରୁ ମରଶରୀର ଆଣିବା ଏକ ବଡ଼ ଚ୍ଯାଲେଞ୍ଜ ରହିଥିଲା। ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କୌଣସି ସୁଫଳ ମିଳିଲାନି। ଖବର ପାଇ କୋଦଳାର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ପୁଅ ସ୍ମୃତି ରଞ୍ଜନ ସାହୁ ସହଯୋଗର ହାତ ବଢାଇବା ପରେ ଗାଁ କୁ ଫେରିଥିଲା ମରଶରୀର। ଆଉ ଏବେ ପରିବାରରେ ଖେଳି ଯାଇଛି କଳା ବାଦଲ। ଘରର ମୁଖିଆ ଚାଲିଯିବା ପରେ ସ୍ତ୍ରୀ କଂ ସମେତ ୨ ପୁଅ, ୨ ଝିଅ ଭାଗିଂ ପଡିଛନ୍ତି। ଗତ ୧୪ ଅଗଷ୍ଟ ଶୁକ୍ରବାର ପ୍ରାଣ ହରାଇଥିଲେ ପ୍ରଭଞ୍ଜନ। ହେଲେ ଏଯାବତ ତାଙ୍କ ପରିବାର ନିକଟରେ ପହଞ୍ଚି ପାରିନି ପ୍ରଶାସନ। ସୋମବାର ଏହି ପରିବାର ନିକଟରେ ପହଞ୍ଚି ଗଭୀର ସମବେଦନା ଜଣାଇବା ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ କରିଛନ୍ତି ରଞ୍ଜିତା ଓ ସ୍ମୃତି ରଞ୍ଜନ । ସେପଟେ ସରକାରୀ ସହାୟତା ଅପେକ୍ଷାରେ ପୁରା ପରିବାର। ତେବେ ପ୍ରଶ୍ନ ଉଠୁଛି କେବେ ମୁକ୍ତ ହେବ ଦାଦନ ସମାସ୍ଯା? କେବେ ଲୋକଙ୍କୁ ନିଜ ଅଞ୍ଚଳରେ ମିଳିବ ରୋଜଗାର। ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଏବେ ପ୍ରମୁଖ ପ୍ରସଙ୍ଗ ପାଲଟି ଥିବା ବେଳେ କେବେ ସମାସ୍ଯା ପ୍ରତି ଦୃଷ୍ଟି ଦେବେ ସରକାର?

