ଫୁଲବାଣୀ ,୨୬/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫୁଲବାଣୀର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବେହେରାକୁ ୧୦ବର୍ଷ ସଶ୍ରମକାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିବା ବେଳେ ସହଯୋଗୀ ଅଭିଯୁକ୍ତ ମାନଙ୍କୁ ୭ବର୍ଷ ଜେଲ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି l କେଶ ବିବରଣୀ ଅନୁଯାୟୀ ଫୁଲବାଣୀ ସଦର ପି.ଏସ୍. ମାମଲା ନଂ- ୧୧୯/ ତାରିଖ ୦୩.୦୯.୨୦୧୫ରୁ ଉଠାଯାଇଥିବା ମାମଲା ନଂ- ଏସ୍.ଟି ୦୮/୨୦୧୬ ଏବଂ ଏସ୍.ଟି ୦୧/୨୦୧୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତ ସୁଶାନ୍ତ ବେହେରାକୁ ତାଙ୍କ ଅପରାଧ ପାଇଁ ୧୦ ବର୍ଷ ସଜା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜରିମାନା ଅନାଦେୟ ଅଧିକ ୨ ମାସ ସଜା ଭୋଗିବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି lସେହିପରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥା ବିଜୟ ବେହେରା, ସାହେବାନୀ ବେହେରା, ରୀତା ବେହେରା ଏବଂ ପ୍ରତିମା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଜା ସହ , ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି l ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ ଅଧିକ ସଜା ଭୋଗିବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି l ଏହି ମାମଲାକୁ ଫୁଲବାଣୀର ଅତିରିକ୍ତ ସରକାରୀ ଓକିଲ ଶ୍ରୀମତୀ ମାଳତୀ ପାଳଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ତ୍ରିଲୋଚନ ପରିଡା, ଡିଡିପି କନ୍ଧମାଳ ଏବଂ ପୂର୍ଣ୍ଣ ଚନ୍ଦ୍ର ନାଗ, ପି.ପି.ଙ୍କ କଡା ତତ୍ୱାବଧାନ ରେ ପରିଚାଳିତ ହେଉଥିଲା lଏହି କେସର ତଦନ୍ତକାରୀ ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଏବଂ ବିଶ୍ୱ ପ୍ରକାଶ ରାଉତ ଧନ୍ୟବାଦ ଜଣାଯାଇଛି l

