ଫୁଲବାଣୀ,୦୯।୦୯(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ରେ ଏପରି ଅନେକ ଇଲ୍ଲାକା ଅଛି ସେଥି ମଧ୍ୟରୁ କ ରଡା ଗ୍ରାମ ପଞ୍ଚାୟତ ଅନ୍ୟତମ । ବ୍ରିଟିଶ ଅମଳରେ ଯେମିତି ରାସ୍ତା ଥିଲା କେତେକାଂଶରେସେହି ରାସ୍ତା ଏବେ ମଧ୍ଯ କୁଆଡ଼େ ବଦଳି ନାହିଁ ! ଦେଶ ସ୍ୱାଧୀନତା ର ୭୮ ବର୍ଷ ପରେ ମଧ୍ୟ୍ ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିଲା ନାହିଁ! ନଦୀର ଦୁଇ ପଟେ ଅଧିକାଂଶ ଗ୍ରାମ ରହିଁଛି! ଖରାଦିନେ ନଦୀ ସୁଖୀ ଗଲେ ପଥର ନାଳ ଡେଇଁ ଲୋକେ ଯାତାୟାତ କରିଥାନ୍ତି! ବର୍ଷା ଦିନେ ଲୋକେ କିପରି ଯାତାୟାତ କରୁଥିବେ ତାହା ନଦୀ ଗର୍ଭ କୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହୁଏ! ପ୍ରଶାସନୀକ ଅଧିକାରୀ, ସ୍ବେଛାସେବୀ, ଲୋକ ପ୍ରତିନିଧି, ମାନେ ସର୍ବଦା ନଜର ଅନ୍ଦାଜ କରି ଆସିଛନ୍ତି! ସଚିବ ଓ ନିର୍ଦେଶକ କନ୍ଧମାଳ ଗସ୍ତରେ ଆସିଲେ ସେମାନଙ୍କୁ ଏହି ସମସ୍ୟା ନେଇ ଅବଗତ କରାଯାଉ ନାହିଁ! ପଞ୍ଚାୟତ, ବ୍ଲକ ସମିତି ଓ ଜିଲ୍ଲା ପରିଷଦ ରେ ଏହି ସମସ୍ୟାରେ ଆଲୋଚନା ହୁଏ ନାହିଁ କି ବିଧାନ ସଭା ରେ ବି ଆଲୋଚନା ହୁଏ ନାହିଁ! ରାଇକିଆର ରାଡାବାଲି ଗ୍ରାମ ର ଅବସ୍ଥା ମଧ୍ୟ୍ୟ ସଚୋନୀୟ! ରାସ୍ତା ନାହିଁ ପାଞ୍ଚ ଖଣ୍ଡ ଗ୍ରାମକୁ ଖବର ପ୍ରକାଶ ହେଲା ପରେ ସି ଡି ଓ ଶମ୍ଭୁନାଥ ନନ୍ଦୀ ରାଡାବାଲି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ!ଜିଲ୍ଲା ପାଳ ମଧ୍ୟ୍ୟ ଏସବୁ ସମସ୍ୟା ଉପରେ ଅବଗତ ଅଛନ୍ତି! ତେବେ କେବେ ଏହି ଦୁଇ ଗ୍ରାମକୁ ପୋଲ ଓ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା ।

