ଚିକିଟି,୨୨।୯(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ୯୮ କିଗ୍ରା ବର୍ଗରେ ରାଜକବି ରାଧାମୋହନ ବିଦ୍ୟାପୀଠ, ଚିକିଟି ର ଅଷ୍ଟମ ଶ୍ରେଣୀର ଛାତ୍ର ନିଗମ ପ୍ରସାଦ ସାହୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟ ତଥା ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ପ୍ରକାଶ ଥାଉକି ସେ ଧାନଘର ନିବାସୀ ଶ୍ରୀମତୀ ମଞ୍ଜୁଲତା ସାହୁ ଓ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଙ୍କ ସୁପୁତ୍ର ଅଟନ୍ତି। ନିଗମ ଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଆରାଧ୍ୟେଶ୍ଵର ପଟ୍ଟନାୟକ, ପରିଚାଳନା କମିଟି ସଭାପତି ଶ୍ରୀ ହରିଚନ୍ଦ୍ର ଦାସ ,ଭାରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

