ଫୁଲବାଣୀ,୦୧।୦୯(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ରୋଟାରୀ କ୍ଲବ ପରିସରରେ ଶିକ୍ଷା ର ବିକାଶ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଫୁଲବାଣୀ ସହର ର ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପ୍ରଣାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସହର ର ଏଗାର ଗୋଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଙ୍କୁ ସ୍ମାରକୀ ଓ ଉପଢ଼ୌକନ ଦେଇ ସମ୍ମାନିତ କରlଯାଇଥିଲା l ରୋଟାରୀ କ୍ଲବ ସଭାପତି ତଥା ଆଇନଜୀବି ବିଜୟ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷଧିକାରୀ ରାଜେଶ୍ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଷ୍ଠା ଓ ଆନ୍ତରିକତା ଓ ଆଗ୍ରହ ର ସହ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କଲେ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି କହିଥିଲେ l ସେହିପରି ଜିଲାପାଳ ବେଦ ଭୂଷଣ ଜିଲ୍ଲାରେ ଶିକ୍ଷାର ବିକାଶ ଓ ମାନ ବୃଦ୍ଧି କରିବା ପାଇଁ ଅଭିନବ ପ୍ରୟାସ କରି ଟିଚ କଂଧମାଳ ପରି ଏକ ନୁଆ ଯୋଜନା ଆରମ୍ଭ କରି ସଫଳତା ଅର୍ଜନ ପାଇଁ ରୋଟାରୀ କ୍ଲବ ପକ୍ଷରୁ ଉପଢ଼ୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ସ୍ୱାଇଁ କୁ ମଧ୍ଯ ଶିକ୍ଷା ର ବିକାଶ ପାଇଁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ରୋଟାରୀ କ୍ଲବ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଜିଲାପାଳ ବେଦ ଭୂଷଣ ସହର ର ୧୧ଟି ହାଇସ୍କୁଲ୍ କୁ ସମ୍ବର୍ଦ୍ଧିତ କରିଥିଲେ l ରୋଟାରୀ କ୍ଲବ ପକ୍ଷରୁ ଆଗlମୀ ଦିନରେ ହେବାକୁ ଥିବା ରଞ୍ଜି ମାରାଥନ କାର୍ଯ୍ୟ କ୍ରମ ସଂପର୍କରେ ଉପ ସଭାପତି ରାଜେଶ ପାତ୍ର ସୁଚନା ଦେବାପରେ ପୁର୍ବତନ ସଭାପତି ଆଇନଜୀବି ରୋ ଟlରୀୟlନ ହରିଶ୍ଚନ୍ଦ୍ର ମହାରଣା ଧନ୍ୟ ବାଦ ଦେଇଥିଲେ l ସମାଜ ସେବୀ ଅଶୋକ ପ୍ରଧାନ, ସ୍ବାଗତ ତ୍ରୀପାଠୀ ଓ ଅନିତା ପଟନାୟକ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l କାର୍ଯ୍ୟ କ୍ରମ ରେ ସମସ୍ତ ରୋଟlରିଆନ, ଶିକ୍ଷକ ଶିକ୍ଷୟତ୍ରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

