ଫୁଲବାଣୀ,୩୦/୦୬(ସୁନୀଲ ପଟ୍ଟନାୟକ):ସୋମବାର ସନ୍ଧ୍ୟାରେ ଫୁଲବାଣୀ ରୋଟାରୀ କ୍ଲବ ୩୨୬୨ଚାର୍ଟର ନମ୍ବର ୧୬୦୫୫ର କ୍ଲବ ସମ୍ମିଳନୀ କକ୍ଷ ରେ ୨୦୨୬/୨୭ ବର୍ଷ ପାଇଁ ଏକ ମିଳିତ ନିର୍ଦେଶକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା l ୨୦୨୫/୨୬ସଭାପତି ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଚଳିତ ୨୦୨୬/୨୭ବର୍ଷ ରୋଟାରୀ କ୍ଲବ ସଭlପତି ତଥା ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ , ରୋଟାରୀ କ୍ଲବ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଚଳିତ ବର୍ଷ କେଉଁ ମାସରେ କଣ ସବୁ କାର୍ଯ୍ୟ କ୍ରମ ମାନ ହାତକୁ ନିଆଯିବ ଓ ଏଥିପାଇଁ କେତେ ଟଂକା ବ୍ୟୟ ହେବ ସେ ନେଇ ଉପସ୍ଥିତ ନିର୍ଦେଶକ ମାନଙ୍କୁ ସୂଚନା ଦେଇଥିଲେ l ଜିଲାର ଗରୀବ, ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ପାଇଁ ଫୁଲ ବାଣୀ ରୋଟାରୀ କ୍ଲବ ପକ୍ଷରୁ ଅଧିକ ରୁ ଅଧିକ କାର୍ଯକ୍ରମ ମାନ ହାତକୁନିଆଯାଇପାରିବ ସେଥିପ୍ରତି ନୂତନ ସଭାପତି ଓ ସମ୍ପାଦକ ଦୃଷ୍ଟି ଦେବାକୁ ନିର୍ଦେଶକ ତଥା ପୁର୍ବତନ ସଭାପତି ସର୍ବେଶ୍ଵର ମିଶ୍ର ପରାମର୍ଶ ଦେଇଥିଲେ l କ୍ଲବ୍ ପକ୍ଷରୁ ୨୦୨୬/୨୭ବର୍ଷ ରେ ପ୍ରାୟ ୩୦/୪୦ଗୋଟି ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ସ୍ବାସ୍ଥ୍ୟ ସେବା, ପରିବେଶ, ଶିକ୍ଷା, ପାନୀୟ ଜଳ, ରାଜ୍ୟ ସ୍ତରୀୟ ମାରାଥନ ଆଦି କାର୍ଯକ୍ରମ ମାନ ହାତକୁ ନିଆଯିବ ବୋଲି ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ସମ୍ପାଦକ ସୁନୀଲ ପଟ୍ଟନାୟକ କହିଛନ୍ତି l ଏହାକୁ ସଫଳ କରିବାକୁ ସମସ୍ତ ରୋଟାରୀ ସଦସ୍ୟ ସଦସ୍ୟା ମାନଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ରୋଟରିଆନ ପଦ୍ମ ଚରଣ ସ୍ବାଇଁ, ଶରତ କୁମାର ସୁବୁଦ୍ଧି, ବାଲାଜୀ ପାତ୍ର, ମୋନୋରଞ୍ଜନ ପଟ୍ଟନାୟକ, କେ ରବି ନାରାୟଣ ସୁବୁଦ୍ଧି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ପବନ ଅଗ୍ରୱାଲ,ବିରଜା ନାହାକ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି କ୍ଲବ୍ ର ୪୫ ତମ ଚାର୍ଟର ଡେ ବା ପ୍ରତିଷ୍ଠା ଦିବସ ଅବସରରେ କ୍ଲବ୍ ର ପ୍ରତିଷ୍ଠାତା ସଦସ୍ୟ k ରବି ନାରାୟଣ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ୍ କlଟି କ୍ଳବ୍ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଏହି ଅବସରରେ ସେ କ୍ଳବ୍ କିଭଳି ଆରମ୍ଭ ହୋଇଥିଲା ଓ ସେତେ ବେଳେ କଣ ସବୁ କାର୍ଯ୍ୟ କରିଥିଲା ୪୫ବର୍ଷ ର ଇତିହାସ ବର୍ଣ୍ଣନା କରିଥିଲେl ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପୁର୍ବତନ ସଭାପତି ପ୍ରଶାନ୍ତ କୁମାର ପାଣିଗ୍ରାହୀ , କେ ଜ୍ଞାନ ଦୋରା କ୍ଲବ୍ ର ନୀତି ନିୟମ ଓ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ l

