ଫୁଲବାଣୀ:୨୬/୦୬(ସୁନୀଲ ପଟ୍ଟନାୟକ):ପୋଷ୍ଟ ଅଫିସର ଲକ୍ଷାଧିକ ଟଂକା ଆତ୍ମସାତ କରିଥିବା ଅଭିଯୋଗ ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଘଟଣା ଘଟିଛି ଟିକାବାଲି ଥାନା ଅନ୍ତର୍ଗତ ଗାର୍ଡିଙ୍ଗିଆ ଶାଖା ପୋଷ୍ଟ ଅଫିସ ରେ l ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଗିରିଶ ଚନ୍ଦ୍ର ଦିଗାଲ (୩୯) କୁ ଗିରଫ କରିଛି l ଗିରଫ ଗିରିଶ ର ଘର ଫୁଲବାଣୀ ସହର ଡାକ ପାଲା ଅଞ୍ଚଳ ରେ l ଗିରିଶ ପାବୂରିଆ ସବ ପୋଷ୍ଟ ଅଫିସ ଅଧୀନ ଗାର୍ଦୀଙ୍ଗିଆ ଡାକ ଘରେ ୨୦୧୪ମସିହା ରୁ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ l ତେବେ ଗତ ଜୁନ ମାସ ୧୫ରେ ଗିରିଶ ଡାକ ଘରେ ତାଲା ପକାଇ ଚାଲି ଯାଇଥିଲେ l ତେବେ ଉକ୍ତ ଦିନର ଜମା ଟଙ୍କା ୬୪ହଜାର ୧୫୪ଟଂକା ପବୁରିଆ ମୁଖ୍ୟ କାର୍ଯ୍ୟାଳୟ ରେ ଜମା କରିନଥିଲେ l ଫଳରେପଵୁରିଆ ଉପଖଣ୍ଡ ଇନ୍ସପେକ୍ଟର ବୀରକିଶୋର ନାୟକ ଗlର୍ଡିଙ୍ଗିଆ ଉପ ଡାକ ଘର କାଗଜ ପତ୍ର ଓ ଏକାଉଣ୍ଟ୍ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ l ଯାଞ୍ଚ ବେଳେ ପ୍ରାୟ ୧୮ଲକ୍ଷ ଟଂକା ହେରଫେର ହୋଇଥିବା ଜଣାପଡିଥିଲା l ଏ ସଂପର୍କରେ ଟୀକା ବାଲି ଥାନାରେ ପୋଷ୍ଟ ଅଫିସ ପକ୍ଷରୁ ଅଭିଯୋଗ କରାଯିବା ପରେ ପୋଲିସ ୧୩୬/୨୬ରେ ମାମଲା ରୁଜୁ କରି ପୋଲିସ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରିଶ ଦିଗାଲ ଙ୍କୁ ଗିରଫ କରି ଥିଲା l

