ଫୁଲବାଣୀ,୩୦।୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି l ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗେରୁପ ଡ଼ା ଗ୍ରାମରେ ବର୍ଷା ରେପ୍ରମୋଦଦଳ ବେହେରା ଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବା ସହ କେତେକ ସ୍ଥାନ ରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି l ମଧ୍ୟ ରାତ୍ର ରେ କାନ୍ଥ ଟି ବାହାର ପଟେ ପଡିବl ଫଳରେ ପାରିବାର ଲୋକେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି l ସେହିପରି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରାସ୍ତା କଡ ଗଛ ଉପୁଡ଼ି ପଡ଼ିଥିବାରୁ ଗମନା ଗମନ ବାଧା ପ୍ରାପ୍ତ ହୋଇଥିଲା l ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫା କରିବା ଫଳରେ ଗମନା ଗମନ ସ୍ଵାଭାବିକ ହୋଇଥିଲା l

