ପୋଲସରା,୩୦/୦୬(ସୁଧାଂଶୁ ଶେଖର ସାହୁ):ପୋଲସରା ବ୍ଲକ ସାନବରଗାଁ ସ୍ଥିତ ଲିଙ୍ଗରାଜ ହାଇସ୍କୁଲ ରେ ମଙ୍ଗଳବାର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ଡାକ୍ତର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ରେ କ୍ରୀଡ଼ାଶିକ୍ଷକ ଅଭିମନ୍ୟୁ ପ୍ରଧାନ ଆଜି ତାଙ୍କର ଶିକ୍ଷକତା ଜୀବନରୁ ଶିକ୍ଷାଦାନରୁ ଅବସର ଗ୍ରହଣ କରୁଛନ୍ତି। ଏହି ଅବସରରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆହୁତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମାମା ସାହୁ ଯୋଗଦେଇଥିବା ବେଳେମୁଖ୍ୟବକ୍ତା ଭାବେ ମା ସିହାଂସନୀମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପାଢ଼ୀ ଯୋଗଦେଇ ଶିକ୍ଷକ ଙ୍କ ଭୂମିକା ସହ ଶିକ୍ଷାର ମହତ ଉଧେଶ୍ୟ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥିଭାବେ ଶିକ୍ଷକ ଛବିଲାଲ ମହାନ୍ତି,ସୁବାସ ପାଣିଗ୍ରାହୀ, ଲଳିତମୋହନ ତ୍ରିପାଠୀ, ପ୍ରଭାତ କୁମାର ତ୍ରିପାଠୀ,ବିଧାୟକ ପ୍ରତିନିଧି ସଂଗୀତା ଗୌଡ଼,ଗଣେଶ ସାହୁ ପ୍ରମୁଖ ଯୋଗଦେଇ ନିଜେ ନିଜର ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଙ୍କ ଶିକ୍ଷାଦାନ ଶୈଳୀ, ଛାତ୍ର ଛାତ୍ରୀଙ୍କୁ ଭଲପାଇବା ଆଦିକୁ ନେଇଛାତ୍ର ଛାତ୍ରୀ ମାନେ ନିଜେ ନିଜର ବକ୍ତବ୍ୟ ରଖିଥିଲେ। ଶିକ୍ଷକ ଙ୍କ ଉପଦେଶ, ଶିକ୍ଷକ ଙ୍କ ଭଲପାଇବା,ଶିକ୍ଷା ଦାନ ପ୍ରଣାଳୀ ଉଚ୍ଚକୋଟୀର ତା ସହିତ ଶିକ୍ଷକ ଙ୍କ ଅବସର ପରେ ସମ୍ପୃକ୍ତ ସ୍ଥାନଟି ଅପୂରଣୀୟ ହୋଇ ରହିବ ବୋଲି ଦଶମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ସେଠି ନିଜ ବକ୍ତବ୍ୟରେ କହିଥିଲେ। ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଙ୍କ ବିଦ୍ୟାଳୟ ପ୍ରତି ଅବଦାନ ଅତୁଳନୀୟ ରହିଛି ବୋଲି ବିଦ୍ୟାଳୟ ର ସମ୍ପାଦକ ଦଣ୍ଡପାଣି ପ୍ରଧାନ କହିଥିଲେ। ଉତ୍ସବ ପରେ ପରେ ଅବସର ନେଉଥୁବା ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ସହ କିଛି ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

