କରଞ୍ଜିଆ,୨୧/୫,(ରିଙ୍କୁ ବାବୁ):ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଦ୍ୱାରା କରଞ୍ଜିଆ ବ୍ଲକ ମିରିଗିନେଣ୍ଡି ପଂଚାୟତ ର ପିଇଓ ଗିରଫ ହୋଇଛନ୍ତି ।ଘଟଣା ରୁ ପ୍ରକାଶ ଯେ କରଞ୍ଜିଆ ବ୍ଲକ ମିରିଗିନେଣ୍ଡି ପଞ୍ଚାୟତ ର ପିଇଓ ପର୍ଶୁରାମ ନାଏକ ମିରିଗିନେଣ୍ଡି ପଞ୍ଚାୟତ ର ଅସ୍ଥାୟୀ ମୋଟର ପମ୍ପ ଅପରେଟର ସୁବ୍ରତ କୁମାର ନାଏକ ଙ୍କ ଠାରୁ ତାଙ୍କ ଦରମା ର ୬୮ ହଜାର ଟଙ୍କା ବକେୟା ଏରିଅର ପ୍ରଦାନ ପାଇଁ କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟ ଛକ ନିକଟରେ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଘଟଣାସ୍ଥଳ ରୁ ଗିରଫ କରିଛି ।ବାଲେଶ୍ୱର ଭିଜିଲାନ୍ସ ଏସପି ଅରୁଣ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ ବାରିପଦା ଭିଜିଲାନ୍ସ ଥାନା ଅଧିକକାରୀ ବିକାଶ ରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ୱରେ କେନ୍ଦୁଝର ଭିଜିଲାନ୍ସ ଥାନା ଅଧିକାରିଣୀ ଉଲ୍ଲପି ବେହେରା, ଏସ ଆଇ ସୁଶାନ୍ତ କୁମାର ସେଠୀ, ଏଏସଆଇ ଲଳିତ କୁମାର ରାଉତ, ଧୃବେନ୍ଦ୍ର ପାତ୍ର ଓ ଅନ୍ୟ କର୍ମଚାରୀ ଙ୍କ ଟିମ ଏହି ଟିମ ରେ ସାମିଲ ଥିଲେ ଗିରଫ ପରେ ଅଭିଯୁକ୍ତ ଙ୍କୁ କରଞ୍ଜିଆ ବ୍ଲକ କୋଲନି ସ୍ଥିତ ତାଙ୍କ ସରକାରୀ ବାସଭବନ କୁ ଅଣାଯାଇ ସେଠାରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇ ଥିଲା ଭିଜିଲାନ୍ସ ବିଭାଗ କେଶ ନମ୍ବର ୭/୨୫ ରେ ୭ ପିସି ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କେଶ ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବାରିପଦା ଭିଜିଲାନ୍ସ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି ।

