ଫୁଲବାଣୀ: ୨୫/୦୩(ସୁନୀଲ ପଟ୍ଟନାୟକ ) ମଙ୍ଗଳବାର ଚାଇଲ୍ଡ ହେଲ୍ପଲାଇନ୍ (ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍) କନ୍ଧମାଳ ତରଫରୁ ଫିରିଙ୍ଗିଆ ଗ୍ରାମପଞ୍ଚାୟତର ସଭାଗୃହ ପରିସରରେ ଶିଶୁ ସୁରକ୍ଷା ଓ ୧୦୯୮ ସେବା ସମ୍ପର୍କରେ ଗ୍ରାମପଞ୍ଚାୟତର ସରପଞ୍ଚ ଜଳନ୍ଧର କହଁର ସଭାପତିତ୍ବରେ ସଚେତନତା କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯଇଛି। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ସୁଶ୍ରୀ ଭବାନି ପାଣିଗ୍ରାହୀ ପରିଚୟ ପ୍ରଦାନ କରିଥିଲେ ଓ ବାଲ୍ୟ ବିବାହ ଏହାର କୁପରିଣାମ ସମ୍ପର୍କରେ ସଚେତନତା କରିଥିଲେ। ଏହା ପରେ ଚାଇଲ୍ଡ ହେଲ୍ପ ଲାଇନ୍ ସୁରଭାଇଜର ଶିବଶଙ୍କର ବେହେରା ୧୦୯୮ ସେବା ସମ୍ପର୍କରେ ସଚେତନ କରିଥିଲେ ,ବାଲ୍ୟ ବିବାହ,ଶିଶୁ ଶ୍ରମିକ, ଶିଶୁ ଚାଲାନ,ଯୌନ ନିର୍ଯ୍ୟାତନା ଓ ଶିଶୁ ଅଧିକାର ସମ୍ପର୍କରେ ସଚେତନତା କରିଥିଲେ, ଶେଷରେ ଶିଶୁ ସମସ୍ୟା ଚିହ୍ନଟିକରଣ ଓ ଚାଇଲ୍ଡ ହେଲ୍ପଲାଇନ-୧୦୯୮ ଏବଂ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଓ ଯୋଗଇ ଓ ସହାୟତା ପାଇଁ ଏକ ୧୦ ଜଣିଆ ଶିଶୁ ସହାୟତା ଗୃପ୍ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇ ଗଠନ କରାଯାଇଥିଲା। ସର୍ବଶେଷରେ ସରପଞ୍ଚ ଶ୍ରୀଯୁକ୍ତ ଜଳନ୍ଧର କହଁର ଶିଶୁ ସହାୟତା ଗୃପ୍ ଅବହେଳିତ ଶିଶୁ ମାନଙ୍କ ସହାୟତାରେ ସଠିକ୍ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଭଲ କାମ କରିବା ସ୍ବେଛ୍ଛାସେବୀଙ୍କୁ ପୁରଷ୍କୃତ କରିବେ ବୋଲି ଘୋଷଣା କରିଥିଲେ ଏବଂ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

