ବୁଗୁଡା : ତା ୨୭/୩(କୁମୁଦ ଚନ୍ଦ୍ର ବେହେରା): ପ୍ରଭୁ ଶ୍ରୀରାମ ନବମୀ ଉପଲକ୍ଷେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଗୁଡାରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିରଠାରୁ ବାହାରି ଶହ ଶହ ରାମଭକ୍ତ ବୁଗୁଡା ନଗର ପରିକ୍ରମା କରି ସସ୍କୃତ ଟୋଲରେ ପହଞ୍ଚିଥିଲେ । ଏହି ପଦଯାତ୍ରାରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶଧାରୀମାନେ ମଧ୍ୟ ସାମିଲ୍ ହୋଇଥିଲେ। ଘଣ୍ଟତାଳ, ମୃଦଙ୍ଗ ଓ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଏହି ପଦଯାତ୍ରା ଉତ୍ସାହଜନକ ଥିଲା।

