ନୂଆପଡ଼ା,ସିନାପାଲି : ୨୭/୦୩(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମ ନିକଟସ୍ଥ ରାମପୁର ଗ୍ରାମ ଠାରେ ଚୈତ୍ର ଶୁକ୍ଳ ଅଷ୍ଟମୀ ଇଂ: ତା: ୨୬-୦୩-୨୦୨୬ ରିଖ ଗୁରୁବାର ଦିନ ଶ୍ରୀ ସୋମନାଥ ଦିବ୍ଯଜ୍ଞାନ ସତସଙ୍ଗ ମଣ୍ଡଳୀର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତିନି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଆଗେଇ ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଦେବପୂଜନ ସହ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଗ୍ଯାପନ କରା ଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ପ୍ରବଚକ ମୋହନ ଚରଣ ଦାସ ଏବଂ ତାଙ୍କ ସାଥି ଭାଗବତ କଥା ଓ ଭଜନକୀର୍ତ୍ତନ ରେ ଅଗଣିତ ଭକ୍ତ ମାନଙ୍କୁ ଆପ୍ଯାୟିତ କରିଥିଲେ। ତୃତୀୟ ପର୍ଯ୍ୟାୟରେ ଶ୍ରଦ୍ଧେୟ ଆଚାର୍ଯ୍ଯ ନିର୍ମଳ ଦେବ (ହରିଦ୍ବାର) ଙ୍କ ମୁଖାରବିନ୍ଦରୁ ପବିତ୍ର “ଶ୍ରୀରାମ ଚରିତ ମାନସ” କଥାମୃତ କଥାନ ସମସ୍ତ ଭକ୍ତ ମାନଙ୍କୁ ଭାବବିହ୍ବଳ କରିଥିଲା । କାର୍ଯ୍ୟକ୍ରମର ପାରମ୍ଭିକ ସଭାରେ ସଭାପତି ରୁପେ ଦେବୀସିଂ ମାଝୀ , ମୁଖ୍ଯ ଅତିଥି ରୁପେ ସୁପୁଚ୍ଛମଉଳି ପାଣିଗ୍ରାହୀ, ବକ୍ତା ରୁପେ ବୈକୁଣ୍ଠ ମେହେର, ସମ୍ମାନିତ ଅତିଥି ରୁପେ ସତ୍ଯବାନ ପୁରୋହିତ, ଶ୍ରୀ କାନ୍ତ ବଛା, ଭଗତରାମ ନାଗେଶ, ସମୀକ୍ଷକ ତଥା ସଂଯୋଜକ ପରେଶନାଥ ପାଣିଗ୍ରାହୀ ମଞ୍ଚାସୀନ ରହିଥିଲେ । ଅଞ୍ଚଳର ଅଗଣିତ ଭକ୍ତ ମାନଙ୍କ ପରମ ଉପସ୍ଥିତିରେ ଉକ୍ତ ଭବ୍ଯ ଦିବ୍ଯ ଅଲୌକିକ ପବିତ୍ର କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଥିଲା । ଅନ୍ତିମ ରେ ପରେଶନାଥ ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

