ପୋଲସରା:ଜନବାଣୀ,୨୫/୦୬(ସୁଧାଂଶୁ ଶେଖର ସାହୁ):ରାଜ୍ୟରେ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ସାରା ଓଡ଼ିଶାରେ ବିକାଶର ସ୍ଥିତି ଜାହିର କରୁଛି ବିଜେପିର ଡ଼ବଲ ଇଞ୍ଜିନ ସରକାର । ଏହି ପରିପ୍ରେକ୍ଷୀରେ ପୋଲସରା ମ୍ୟୁନସିପାଲିଟ ପକ୍ଷରୁ ମଧ୍ୟ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ବଡ଼ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମ୍ୟୁନସିପାଲିଟର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଯୋଗ ଦେଇ ପୋଲସରା ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏପରିକି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହ ଓପିଏସ୍ ପରୀକ୍ଷାରେ ୩୮ ନମ୍ବର ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇଥିବା କସ୍ତୁରୀ ଆଚାରୀ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଅନିତା ସୁଭଦର୍ଶିନୀଙ୍କ ଦ୍ବାରା ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପୋଲସରା ମ୍ୟୁନସିପାଲିଟ ବିଭିନ୍ନ ଓ୍ବାଡ଼ରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ୮ ଟି ନୂତନ ଇ-ଅଟୋ ଏବଂ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପଶୁପକ୍ଷୀଙ୍କ ଉଦ୍ଧାର ନିମନ୍ତେ ଗୋଟିଏ ରେସକ୍ୟୁ ଭ୍ୟାନ୍ ମଧ୍ୟ ଶୁଭାରମ୍ଭ ହୋଇଥିଲା । ସେହିପରି ପୋଲସରା ସହରର ସୌନ୍ଦର୍ଯ୍ୟକରଣକୁ ନେଇ ଗୋପବନ୍ଧୁ ସାହି ଛକରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସତ୍ୟାଗ୍ରହ ଉଦ୍ଦେଶ୍ୟରେ ଦାଣ୍ଡି ଯାତ୍ରାର ପ୍ରମୁଖ ମୂର୍ତ୍ତି ଗୁଡିକର ଉନ୍ମୋଚନ କରି ବିକାଶ ବାର୍ତ୍ତା ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ଗୋଷ୍ଠୀ ସଂଙ୍ଗଠିକା ଅନିତା ଅଶୁଂମାଳୀ ସାହୁ , ସାନିଟାରୀ ଏକ୍ସପୋର୍ଟ ତେଜ୍ବେଶ୍ବିନୀ ନାୟକ , ଆସିଷ୍ଟାଣ୍ଡ ଇଞ୍ଜିନିୟର ଦୀପିକା ବେହେରା ,ମନୋଜ କୁମାର ଘଟୁଆ , ସ୍ବଛସାଥି ବବିତା ବେହେରା , ରଶ୍ମିତା ରାଉତ , ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

