ଫୁଲବାଣୀ,୧୯।୦୯(ସୁନୀଲ ପଟ୍ଟନାୟକ):ନିଜକୁ ଜଣେ ଏମ ଭି ଆଇ ବୋଲି ମିଥ୍ୟା ପରିଚୟ ଦେଇ ସରକାରୀ ଚାକିରୀ କରିଦେବ ବୋଲି କହି ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀ ଓ ତାଙ୍କ ପରିବାର ଲୋକଂକ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ରେ ଜଣେ ନକଲି ଠକ ଏମ ଭି ଆଇ କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ସlରଙ୍ଗଡ ପୋଲିସ l ଗିରଫ ଠକ ଯୁବକ ର ନାମ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଳ କୁମାର ପଟ୍ଟନାୟକ l ଘର ଚକାପାଦ ତୋଟା ସାହି ରେ ବୋଲି କନ୍ଧମାଳ ଏସପି ରମେନ୍ଦ୍ର୍ ପ୍ରସାଦ କହିଛନ୍ତି l ପୋଲିସ ଅଭିଯୁକ୍ତ ଧର୍ମେନ୍ଦ୍ର ଓରଫ ନିଖିଳ ଙ୍କ ନିକଟ ରୁ ଓ ଡି ୦୫ବି ୟୁ ୪୮୭୬ ମାରୁତି ଅଲ୍ଟୋ, ଓ ଓ ଡି ୧୨ଏଫ୍ ୫୧୫୫ଏଟ୍ରିଗା କାର ସହ ବ୍ୟାଙ୍କ୍ ପାସ ବୁକ୍, ନେମ୍ ପ୍ଲେଟ ଲାଗିଥିବା ଓ ଏମ ଭି ଡି ପୋଷାକ, ପୋଲିସ୍ ରେନ୍ କୋଟ, ଆଧାର କାର୍ଡ, ସାର୍ଟିଫିକେଟ ଆଦି ଜବତ କରିଛି l ଅଭିଯୁକ୍ତ ଜଣକ ଵିଵାହ ର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ଘରକୁ ଯିବା ଆସିବା କରି ବିଶ୍ୱାସ ଜନ୍ମାଇବା ପରେ ଯୁବତୀ ଙ୍କୁ ସରକାରୀ ଚାକିରୀ କରିଦେବ କହି ଗତ ୨୬/୦୬/୨୦୨୫ରୁ ୨୦/୦୧/୨୦୨୬ ମଧ୍ୟରେ ଫୋନ ପେ ମାଧ୍ୟମ ରେ ୭ଲକ୍ଷ ୧୮ହଜାର ୮୫୧ଟଂକା ଠକି ନେଇ ଥିଲା l ଚାକିରି ନ ହେବା ଦେଖି ଯୁବତୀ ଟଙ୍କା ଫେରାଇବାକୁ କହିବା ପରେ ଧର୍ମେନ୍ଦ୍ର ଓରୋଫ ନିଖିଳ ଫୋନ୍ ସୁଇଚ ଅ ଫ୍ କରିଦେଇଥିଲେ l ଫଳରେ ମହିଳା ଜଣକ ଥାନlରେଏତଲା ଦେବା ପରେ ପୋଲିସ୍ ୧୩୨/୧୭/୦୯/୨୦୨୬ଧାରା ୩୧୮(୪)୩୧୯(୨) ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ରମେନ୍ଦ୍ର ପ୍ର ସାଦ କହିଛନ୍ତି l ସେହିପରି ଅଭିଯୁକ୍ତ ଆଉ କିଛି ମହିଳା ଙ୍କୁ ବିବାହ ର ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟି ନେଇଥିବା ପୋଲିସ ସନ୍ଦେହ କରୁଛି l ଅଭିଯୁକ୍ତ ଜଣଙ୍କ ଏମ ଭି ଆଇ କହି ପାବୁରୀଆ ଛକ ରେ କାର ରେ ଅରେଞ୍ଜ ବତୀ ଲଗାଇ ଚେକିଂ କରୁଥିବା ଖବର ପାଇ ପୋଲିସ ଚଢ଼ାଉ କରି ଗିରଫ କରିଥିଲା l

