ବେଲାଗୁଣ୍ଠା,୨।୮(ଶିବରାମ ଚୌଧୁରୀ):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭାଠାରେ ଚଳିତ ଶିକ୍ଷାବର୍ଷ -୨୦୨୬ ର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ପୂର୍ବ ସମ୍ପାଦକ ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ବାଡତ୍ୟା ମୁଖ୍ୟଅତିଥି ରୂପେ ଯୋଗଦାନ କରି ବିଜ୍ଞାନର ଉପାଦେୟତା ସଂପର୍କରେ ମାର୍ଗ ଦର୍ଶନ କରାଇ ଥିଲେ । ଏବଂ ଉଦ୍ ଯାପନୀ ଉତ୍ସବରେ ରମ୍ଭା ନଗରପାଳ ମାନନୀୟା ଶ୍ରୀମତୀ ମାନସୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଶୁଙ୍କ ବିଜ୍ଞାନ ପ୍ରବଣତା ଦେଖି ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଏମ୍. ନରସିଂହ ସୁବୁଦ୍ଧି ଓ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ତଥା ପରିଚାଳନା ସମିତି ର ସଦସ୍ୟ- ସଦସ୍ୟାଓ ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସମେତ ସମସ୍ତ ସେବାବ୍ରତୀ ତଥା ଏହି ଅଞ୍ଚଳର ବହୁ ବିଜ୍ଞାନ ଓ ଗଣିତ ଶିକ୍ଷକ- ଶିକ୍ଷିକା ଯଥା ଶ୍ରୀ ଦେବେଶ କୁମାର ନାହାକ, ଶ୍ରୀ ଦେବେନ୍ଦ୍ର ନାହାକ, ଶ୍ରୀ ଶ୍ୟାମସୁନ୍ଦର ମହାପାତ୍ର, ଶ୍ରୀ ପ୍ରମୋଦ କୁମାର ମହାରଣା, ଶ୍ରୀ ଆଶୀର୍ବାଦ ପଲାଇ , ଶ୍ରୀ ଅଜୟ କୁମାର ସାହୁ, ଶ୍ରୀ ଅରୁଣ କୁମାର ବେହେରା, ଶ୍ରୀମତୀ ଅମିତା କୁମାରୀ ଡାକୁଆ, ଶ୍ରୀମତୀ ଚୁମ୍ କୀ ବେହେରା , ଶ୍ରୀମତୀ ପୁଷ୍ମାଞ୍ଜଳି ଘଡ଼ାଇ ଓ ବବ୍ ଲୀ ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସାକାର କରିଥିଲେ। ଇତ୍ୟବସରରେ କୃତୀ ଶିଶୁମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ସଂଗୀତା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ଭାବରେ ରୂପାୟିତ ହୋଇ ପାରିଛି।

