ପୁରୁଷୋତ୍ତମ ପୁର,୩୧/0୩(ଶୁଭଙ୍କରୀ ଦାସ):ଆଜି ସରିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଚୈତ୍ର ମାସ ଚତୁର୍ଥ ପାଳି ମଙ୍ଗଳ ବାର ଯାତ୍ରା । ଆଜି ମା ବାସନ୍ତୀ ଦୁର୍ଗା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଏହି ବେଶକୁ ଦେଖିବା ନିମନ୍ତେ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲଗିଥିଲା । କିଏ ନିଜ ମାନସିକ ପୂରଣ ପାଇଁ ମୁଣ୍ଡନ ହେଉଛି ତ ଆଉ କିଏ ସିଡ଼ି ପାହାଚ ଚଢ଼ି ମା’ଙ୍କୁ ଦର୍ଶନ କରୁଛନ୍ତି । ଯାହାକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ମାଁଙ୍କ ପୀଠରେ ।ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ଆଜି ହେଉଛିଶେଷ ପାଳି ଚୈତ୍ରମଙ୍ଗଳ ବାର ଯାତ୍ରା । ଆଜି ଭୋରରୁ ପ୍ରଥମେ ମଙ୍ଗଳ ଆଳତି, ମୈଲମ ଲାଗି, ଅବକାଶ ନୀତି ଶେଷ ହେବା ପରେ ମାଆଙ୍କୁ ବାସନ୍ତୀକ ଦୁର୍ଗା
ବେଶରେ ସଜ୍ଜିତ କରାଯାଇ
ଥିଲା । ମାଙ୍କ ବେଶ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ମନ୍ଦିରକୁ ଛୁଟି ଆସିଥିଲେ । ନିଜର ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରୁଥିବା ଦେଖିବାକୁ ମିଳିଥିଲା । ମୁଣ୍ଡନ କରିବା ପରେ ମାଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ ଭକ୍ତ ମାନେ । ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ବାସ । ଆଉ ଏହି ବିଶ୍ବାସକୁ ଆଧାର କରି ଦୀର୍ଘ ବର୍ଷ ଧରି ଚାଲିଛି ମାଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଓତାଙ୍କ ଧର୍ମ ପତ୍ନୀ ଅନୁଷ୍ଠିତ ଚଣ୍ଡୀ ପାଠ ରେ କର୍ତ୍ତା ହୋଈ ବସିଥିଲା ବେଳେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଶସ୍ତ୍ରିକପୂଜାର୍ଚନା କରି ଜଗତ ର ମଙ୍ଗଳ କାମନା କରିଥିଲେ | ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ମାଆଙ୍କ ଅପାର କରୁଣାରୁ ଶାନ୍ତି ଶୃଙ୍ଖଳା ରେ ଏବର୍ଷ ରଯାତ୍ରା ସରିଛି ପୁଣି ଆର ବର୍ଷକୁ ଅପେକ୍ଷା ବୋଲି କହିଛନ୍ତି |
ଏପଟେ ମୁଖ୍ୟ ସେବାୟତ ବାପୁଜୀ ରଣା ମଧ୍ୟ ଅନୁରୂପ ମତ ଦେଇଛନ୍ତି | ଗଞ୍ଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଏହି ପୀଠକୁ ଆସି ଥାନ୍ତି | ରାତ୍ର ଏକ ଘଣ୍ଟ ଠାରୁ ଯାତ୍ରୀ ମାନେ ସେମାନଙ୍କ ପ୍ରଥମ କିମ୍ବା ଦୁତୀୟ ସନ୍ତାନ ର ଚୁଟି ମୁଣ୍ଡନ ପାଇଁ ଆସି ଧାଡିରେ ଠିଆ ହୋଇ ଥାନ୍ତି | ଚୁଟି ମୁଣ୍ଡନ ଓ ପିଲାର ସ୍ନାନ ପରେପାହାଡ଼ ଉପର କୁ ସିଡ଼ି, ଉର୍ଧ୍ଵଗାମୀ ରୋପୱେ ଓ ବସ ରେ ଯାଇଥାନ୍ତି | ରାତ୍ର ଏକ ଘଣ୍ଟ ଠାରୁ ମାଆଙ୍କର ନୀତି ନିୟମ ହୋଇପ୍ରାତ ତିନିଘଣ୍ଟ ସମୟ ରେ ବାସନ୍ତିକ ଦୁର୍ଗା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ମା | ମାଆଙ୍କ ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ଲାଗିଥିଲା | ସକାଳ 11ଘଣ୍ଟ ପର୍ଯ୍ୟନ୍ତ ପାଗ ମେଘୁଆ ଥିଲା | ତାପରେ ଖରା ଆରମ୍ଭ ସତ୍ୱେ ପ୍ରାୟ 1ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ମାଆଙ୍କର ଆଶୀର୍ବାଦ ଲାଭ କରିଥିଲେ | କିଛି ଯାତ୍ରୀ ରୋଷେଇ ଵାସ କରି ଥିବା ବେଳେ ଆଉକିଛି ପ୍ରଶାସନ ତରଫରୁବ୍ୟବସ୍ତା ହୋଇଥିବା ମାଗଣା ଅନ୍ନ ପ୍ରସାଦ ଖାଇ ଘରକୁ ଫେରିଥିଲେ | ସେଥିପାଇଁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ଲାଇନ ବିଭାଗର ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ସକାଳୁ ଆସି ମାଆଙ୍କଦର୍ଶନ କରିଥିଲେ | ପୂର୍ବତନ ଦକ୍ଷିଣା ଞ୍ଚଳ ଆରଡିସି ଏସ କୁମାର ମଧ୍ୟ ମାଆ ଙ୍କ ପୀଠଜୁ ଆସି ସିଦର୍ଶନ କରିଥିଲେ | ଗଞ୍ଜାମ ଏସପିଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶ ରେ ଅତିରିକ୍ତ ଏସପି, ପ୍ରଶାନ୍ତ କୁମାର ଦାଶ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ
ବରାଳ ,ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାରବେହେରା ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ , ସେମାନଙ୍କ ଷ୍ଟାଫ, ପୁରୁଷୋତ୍ତମପୁର ବ୍ଳକ ବିଡ଼ିଓଶରତ କୁମାର ପାତ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ନୁଆଁ ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ, ପୂର୍ବତନ ଜିପିଓ ମିନକେତନ ବେହେରା, ସବୁ ପିଇଓ,ଓ ତାଙ୍କ ସଭାପତି ମନୋଜ ସାହୁ, ଏଡିଈଓ,ଓଷ୍ଟାଫ ଏସ୍ଡ଼ିପିଓସୁଜିତ କୁମାର ନାୟକ, ଆଇ ଆଇସି, କୁଳମଣୀସେଠି,ପୁରୁଷୋତ୍ତମପୁର ଫାୟାର ବିଭାଗ ଓ ଷ୍ଟାଫ, ମୁଖ୍ୟ ସେବାୟତ ବାପୁଜୀ ରଣା ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ସନାତନ ରଣା ଧ୍ରୁବ ଚରଣ ରଣା, ଜଗନ୍ନାଥ ରଣା ଜନାର୍ଦନ ରଣା ଙ୍କ ସହିତ ସମସ୍ତ ସେବାୟତ ବୃନ୍ଦ,ମନ୍ଦିର ପୂର୍ତ୍ତ ବିଭାଗ ଏସଡ଼ିଓ ସୁରଶ କୁମାର ମିଶ୍ର, ରାଇପୁର ସରପଞ୍ଚ ନମିତା ବେହେରା, ତାଙ୍କ ପ୍ରତିନିଧି ବିଚିତ୍ର କୁମାର ବେହେରା, ପଞ୍ଚାୟତ ପିଇଓ, ଜିଆର ଏସ ରବୀନ୍ଦ୍ର ପଣ୍ଡା, ପଞ୍ଚାୟତ ଷ୍ଟାଫ, କିଛି ବାହାର ଓ ଜିଲ୍ଳାର ସ୍ବେଛାସେବୀ ସଂଘଟନ ସବୁ ବିଭାଗ ର ଅଧିକାରୀ ପୁରୁଷୋତ୍ତମପୁର ପୋଲିସ ଷ୍ଟାଫ ଙ୍କ ସହିତ 12,ପ୍ଲାଟୁନ ପୋଲିସ ଫୋର୍ସ, ଦୁଇଜଣ ଅତିରିକ୍ତ ଏସପି, ଚାରି ଜଣ ଏ ଏସ ପି , 41 ଜଣ ଏସ ଆଇ, ଓ 250 ଜଣହୋମ ଗାର୍ଡ ଡିୟୁଟି କରି ଯେପରି କି କୌଣସି ସ୍ଥାନରେ କିଛିବି ଅଘଟଣନ ହୁଏ ସେଥି ପାଇଁ ସଜାଗ ରହିଥାନ୍ତି |
|ଜଗତ ର ମଙ୍ଗଳ ପାଇଁ ପୂର୍ବ ବୈଠକ ରେ ଦୁଇ ମନ୍ତ୍ରୀ ଙ୍କ ନିର୍ଦେଶ ରେ କିଛି ବିଧାୟକ ମାଆଙ୍କ ଚାରିପାଳି ମଙ୍ଗଳ ବାର ରେ ଚଣ୍ଡୀପାଠ ଓପୂଜା ର ନିଷ୍ପତି ନେଇ ମନ୍ତ୍ରୀ ଗୋକୁଳାନନ୍ଦ ଓବିଧାୟକ ମାନେ ଦୁଇଟି ପୂଜା କରିଥିଲା ବେଳେ ଆଜିସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଓତାଙ୍କଧର୍ମ ପତ୍ନୀ ପୂଜାରେ ବସିଥିଲେ | ପଣ୍ଡିତ ଅଶୋକ ପାଢ଼ୀ ଓତାଙ୍କ ସହଯୋଗୀ, ଅରୁଣ କୁମାର ପଣ୍ଡା ଜଗତ ବନ୍ଧୁ ପଣ୍ଡା, ଆଜିର ପୂଜାରେ ବସିଥିଲେ | ସମସ୍ତଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ସରିଛି ମାଆଙ୍କ ଏହିବର୍ଷର ଚତୁର୍ଥ ପାଳି ଚୈତ୍ର ଯାତ୍ରା | ପୁଣି ବଞ୍ଚିଥିଲେ ଆର ବର୍ଷ କୁ |

