ଭଞ୍ଜନଗର: ୧୮/୦୩ : ( ନିଲୁ ବିଷୋୟୀ) ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁନିସିପାଲିଟି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଶୁଭାରମ୍ଭ ହୋଇଛି। ବୁଧବାର ସକାଳୁ ମୁନିସିପାଲିଟି ଅଫିସ ନିକଟରେ ଥିବା ରଘୁନାଥ ମନ୍ଦିର ସାମ୍ନା ଓ ପୁରୁଣା ଜେଲ ନିକଟରେ ଥିବା ହନୁମାନ ମନ୍ଦିର ସାମ୍ନାରେ ଜଳଛତ୍ରକୁ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର,ଟେକ୍ସ କଲେକଟର ଶୁଭମ ପାଢୀ, ଆକାଉଣ୍ଟ ଡେଣ୍ଟ ମୁନା ସେଠି, ମିଳନ ମୋହନ ମୁର୍ମୁ, ଅଳକା ଷଡ଼ଙ୍ଗୀ, ଜେଏସଇ ଅମ୍ରିତା ନାୟକ, ଏସପିସି ସୁନିତା ପ୍ରିୟଦର୍ଶିନୀ, ଟି ଓ ଏଫସି ସୁବର୍ଣ୍ଣରେଖା ରାଓ, ମମତା ପଣ୍ଡା, ସୁମିତ୍ରା ନାୟକ, ସ୍ୱଚ୍ଛ ସୁପରଭାଇଜର ଝିଲି ବେହେରାଙ୍କ ସମେତ କାଉନସିଲର ପି.ପ୍ରଶାନ୍ତ ରାଓ,ରବି ବେହେରା, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ।

ଆଗାମୀ ଦିନରେ ଭଞ୍ଜନଗର ସହରର ଆଉ ୮ ଟି ସ୍ଥାନରେ ଜଳଛତ୍ର ଖୋଲିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି।

