ଫୁଲବାଣୀ,୦୧/୦୭(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଜଣା ଶୁଣା ସାମ୍ବାଦିକ ସୁରେଶ କୁମାର ପଣ୍ଡା ଟୁନା ଙ୍କ ବ୍ରହ୍ମପୁରରେ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି l ସେ ଜଣେ କର୍ତ୍ତବ୍ୟ ନିଷ୍ଠ, ନିରପେକ୍ଷ ସାମ୍ବାଦିକ ଭାବେ କିଛି ବର୍ଷ ହେଲା କାର୍ଯ୍ୟ କରୁଥଲେ l ସାମ୍ବାଦିକ ସୁରେଶ ପଣ୍ଡା ଙ୍କ ଅକାଳ ବିୟୋଗ ରେ କନ୍ଧମାଳ ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି l ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ଟ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ସେହିପରି ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡ ଅରୁପ ଜେନା, ଉପସଭାପତି ସନ୍ତୋଷ ଦିଗାଲ, ପ୍ରମୋଦ ଦଣ୍ଡ ସେନା, ପ୍ରକାଶ ନାୟକ, ଜୟ ସେନ ପରିଡ଼ା, ମୋନଜ ପଣ୍ଡା, ମୋନଜ ବେହେରା, ରାଧାମୋହନ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l

