ନୂଆପଡା ଲ,୩୦/୩(ପରମେଶ୍ୱର ମେହେର)ସିନାପାଲି ବ୍ଲକ, ସିଙ୍ଗଝର କୃଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ସିଙ୍ଗଝର ଠାରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୌତମ ମେହେର ସଭାପତିତ୍ଵ କରିଥିବାବେଳେ ମୁଖ୍ୟଅତିଥି ଭାବରେ ସିଙ୍ଗଝର ସି.ଆର୍.ସି.ସି. ଶ୍ରୀଯୁକ୍ତ ସଞ୍ଜୟ କୁମାର ବୈଠାରୁ ମଞ୍ଚାସିନ ହୋଇଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ରୋହିଣୀ ମେହେର ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଜନ ସା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସୀନ ଥିବା ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉତ୍କଳ ଭବିଷ୍ୟତ ପାଇଁ ବିଭିନ୍ନ କଥା ମାଧ୍ୟମରେ ଉତ୍ସାହିତ କରିଥିଲେ ଏବଂ ଶିକ୍ଷକ ଓ ସହପାଠୀମାନେ ନିଜନିଜର ସ୍କୃତି ବାଣ୍ଟି ଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ି ଜଣେ ଜଣେ ଉତ୍ତମ ନାଗରିକ ହେବା ସହିତ ଦେଶସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହି ବିଦାୟ ସମ୍ବର୍ଦ୍ଧନାକୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଶିକ୍ଷା ସଫଳତା ଓ ଭବିଷ୍ୟତ ଜୀବନ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ଶିକ୍ଷକ ଓ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉତ୍କଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଓ ଶୁଭକାମନା ପ୍ରଦାନ କରିଥିଲେ ।

