ନୂଆପଡ଼ା,୨୭/୩(ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ଶକ୍ତି ପୀଠରେ ଆଜି ଚୈତ୍ରନବରାତ୍ର ପୂର୍ଣ୍ଣାହୁତି ହୋଇଯାଇଛି, ନଅ ଦିନ ବ୍ୟାପି ଚାଲିଥିବା ଚୈତ୍ର ନବରାତ୍ରି ରେ ଗାୟତ୍ରୀ ଶକ୍ତି ପୀଠରେ ପ୍ରାୟ ୧୫୦ ରୁ ଅଧିକ ଶ୍ରଦ୍ଧାଳୁ ମନୋସ୍କାମନା ପୂରଣ ପାଇଁ ଅଖଣ୍ଡ ଦୀପ ପ୍ରଜ୍ଜଳନ କରିଛନ୍ତି । ଏହି ଅବସର ରେ ପ୍ରତ୍ୟହ ଜପ, ଧ୍ୟାନ, ପୁରାଣ ପାଠ, ପ୍ରବଚନ, ପ୍ରଭୃତି କାର୍ଯ୍ୟକ୍ରମ ଚାଲିଥିଲା ଆଜି ପୂର୍ଣ୍ଣାହୁତି ରେ ନବକୁଣ୍ଡିଆ ଗାୟତ୍ରୀ ମହାଯଜ୍ଞ ସହ ନବକୁମାରୀ କନ୍ୟା ପୂଜା, ବିଦ୍ୟାରମ୍ଭ, ପୁନଃଶବନ , କୁମାରୀବ୍ରତ, ମୁଣ୍ଡନ ପ୍ରଭୃତି ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଯଜ୍ଞରେ ମୁଖ୍ୟ କର୍ତା ଭାବରେ ନୀଳମଣି ଦଣ୍ଡସେନା ଓ ସପତ୍ନୀ ଯାଜ୍ଞସେନୀ ଦଣ୍ଡସେନା ଥିବା ବେଳେ ଅନ୍ୟ କର୍ତା ଭିତରେ ଯୋଗେଶ୍ୱର ମେହେର,ସପତ୍ନୀ. ରାହୁଲ ମେହେର.ସପତ୍ନୀ,ଯୁଧିଷ୍ଠିର ମେହେର ଜିତୁ ମେହେର ସପତ୍ନୀ,ବିକାଶ ନାଏକ ସପତ୍ନୀ,ଚିତ୍ରସେନ ମେହେର ସପତ୍ନୀ,ଚୂଡ଼ାମଣି ମେହେର ସପତ୍ନୀ,ବବଲୁ ମେହେର ସପତ୍ନୀ ଥିବା ବେଳେ ଟୋଲୀ ଭାବରେ ଶାନ୍ତିକୁଞ୍ଜ ହରିଦ୍ୱାର ପ୍ରତିନିଧି ଡ଼ ଅର୍ଜୁନ ବାଗ, ରାଘବ ମେହେର, ସନ୍ତୋଷ ନାଏକ, ଦାୟିତ୍ୱ ତୁଲାଇଥିବା ବେଳେ ଭୁବନେଶ୍ୱର ନୂତନ ଭାରତ ସୌମିନ୍ଦ୍ର କୁମାର ଦାସ ଗାୟତ୍ରୀ ଶକ୍ତି ପିଠ ର ସଭାପତି ଶଶିଭୂଷଣ ମାଝୀ, ଉପସଭାପତି ହରିଓମ ଜିନ୍ଦଲ, ସମ୍ପାଦକ ଶ୍ରୀକାନ୍ତ ମେହେର, ହୀରାଲାଲ ଅଗ୍ରୱାଲ, ମଧୁ ପାତ୍ର, ପୂର୍ଣଚନ୍ଦ୍ର ମେହେର, ସରୋଜ ମେହେର, ମୁନେଶ ଅଗ୍ରୱାଲ, ଜଗବନ୍ଧୁ ମେହେର,କୃଷ୍ଣ ପାଣ୍ଡେ, ଗୟାରାମ ମେହେର, ରୁମାଞ୍ଚଳ ମେହେର, ସାନୁର୍ଯ୍ୟ ମେହେର,ଲିଙ୍ଗରାଜ ନାଏକ, ପୀତବାସ କଟା, ଚିନ୍ତାମଣି ସାହୁ, ନରହରି ମେହେର,ଉପସ୍ଥିତ ଥିବା ବେଳେ ସିନାପାଲି ମହିଳା ମଣ୍ଡଳ, ଓ ସିନାପାଲି ର ଯୁବକ ସଂଘ ମାନେ ସହଯୋଗ କରିଥିଲେ l

