ଫୁଲବାଣୀ,୪/୦୮(ସୁନୀଲପଟ୍ଟନାୟକ):ମଙ୍ଗଳ ବାର ଜି ଉଦୟଗିରି ବ୍ଲକ ସିରିକି ଉଚ୍ଚ ବିଦ୍ୟାଳୟ ଠାରେ ପରିଚlଳ ନା କମିଟି,ଅଭିଭାବକ, ଅଭିଭାବିକା,ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ନେଇ ଚଳିତ ଶିକ୍ଷା ବର୍ଷ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଅଛି ।ପ୍ରଥମେ ସମସ୍ତ ପରିଚାଲନା କମିଟି ର ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ କରାଯାଇଥିଲା।ବରିଷ୍ଠ ଶିକ୍ଷକ ଦୁଃଖିଶ୍ୟାମ ବେହେରା ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ କରିଥିଲେ ।ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ।ବିଦ୍ୟାଳୟ ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷା ଝିଲି କୁମାରୀ ଦିଗାଲ ଙ୍କ ସହ ସଦସ୍ୟ ପ୍ରଦୀପ କୁମାର ପ୍ରଧାନ,ଅଞ୍ଜଳି ନାୟକ,କୀର୍ତ୍ତନ ସାହୁ,ଲକ୍ଷ୍ମୀଧର ମଲ୍ଲିକ,କୁବେର ପ୍ରଧାନ,ରେଣୁକା ପ୍ରଧାନ,ହିମାବତି ପ୍ରଧାନ, ନମିତା ପ୍ରଧାନ,କାନ୍ଦ୍ରିମା ପ୍ରଧାନ,ସୁଶୀଲ ପ୍ରଧାନ,ମାମି ପ୍ରଧାନ ଙ୍କ ସମତେ ବହୁ ଅଭିଭାବକ/ଅଭିଭାବିକା,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ।ବିଦ୍ୟାଳୟ ରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଏବଂ ଶିକ୍ଷା ଦାନ ବ୍ୟବସ୍ତା ଉପରେ ମତବ୍ୟକ୍ତ ପ୍ରଦାନ କରାଯାଇଥିଲା।ଶେଷରେ ପ୍ରଧାନ ଶିକ୍ଷକ ତଥା କମିଟି ର ସଚିବ ଶାନ୍ତନୁ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

