ଖଜୁରୀପଡ଼ା,୧୯/୫,(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତର ସୁରାଚୁଡୁ ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳିଛି। ଗ୍ରାମରେ ହାତଗଣତି କେତୋଟି ନଳକୂପ ଥିଲେ ମଧ୍ୟ ଶିବମନ୍ଦିର ସାହିର ଉପର ସୀମା ଅଞ୍ଚଳରେ ଥିବା ୧୦ ପରିବାର ପାଖରେ ଏକ କୂଅ ଅଛି ସେଥିରୁ ବର୍ଷା ଦିନରେ ୫ ମାସ ପାଣି ବ୍ୟବହାର କରୁଥିବା ବେଳେ ଗ୍ରୀଷ୍ମ ଋତୁ ରେ ପାଣି ସୁଖି ଯାଉଛି ଯାହା ଫଳରେ ଉକ୍ତ ପରିବାର ଲୋକଙ୍କ ପାଖାପାଖି କୌଣସି ନଳକୂପ ନଥିବାରୁ ପ୍ରାୟ ଦୂରଦୂରାନ୍ତରୁ ପାଣି ବୋହି ଆଣିବାକୁ ବାଧ୍ୟ ହେଉଛନ୍ତି।ବିଶେଷକରି ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଜଳ ସଂକଟ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନକୁ ଅସୁବିଧାରେ ପକାଇଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ସମସ୍ୟା ସମାଧାନ ପାଇଁ ଏକ ନୂତନ ନଳକୂପ ଖନନ ନିମନ୍ତେ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଶିବମନ୍ଦିର ଉପର ସାହି ଏକ ନୂତନ ନଳକୂପ ଖୋଳିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

