ନୂଆପଡ଼ା: ୨୨/୦୩: (ପରମେଶ୍ୱର ମେହେର) : ଜିଲ୍ଲାରମୋଟାନୂଆପଡ଼ା ପଞ୍ଚାୟତ ଅଧୀନ କଲମିଦାଦର ଗାଁରୁ ହୀରାଖଣି ସନ୍ଧାନର ସୂଚନା ପ୍ରକାଶ ପାଇବା ପରେ ଜିଲ୍ଲାରେ ଏକ ନୂଆ ଆଶାର ପ୍ରଦୀପ ଜଳି ଉଠିଛି । ଦୀର୍ଘଦିନ ଧରି ଦାରିଦ୍ର୍ୟ, ଦାଦନ ଶ୍ରମ ଓ ଅବିକାଶରେ ପୀଡ଼ିତ ଏହି ଅଞ୍ଚଳ ପାଇଁ ଏହା ଳକେବଳ ଏକ ଖଣିଜ ସନ୍ଧାନ ନୁହେଁ ଵର, ଏକ ନୂଆ ଆର୍ଥକ ପରିବର୍ତ୍ତନର ସମ୍ଭାବନା । ପ୍ରାୟ ୨୫ ବର୍ଷ ପୂର୍ବରୁ ଏହି କଲମିଦାଦର ଅଞ୍ଚଳରେ ହୀରା ଥିବା ନେଇ ସୂଚନା ମିଳିଥିଲା । ସେତେବେଳେ ଅଞ୍ଚଳବାସୀ ଓ ବାହାରର ବ୍ୟବସାୟୀମାନଙ୍କ ନଜର ଏହି ପାହାଡ଼ ଉପରେ ପଡ଼ିଥିଲା । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଏହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖୁ ବହୁତ ଲୋକ ଅନଧୂ ଧୂକାର ଭାବେ ଖନନ କରିଥିଲେ । ସେହି ସମୟରେ କିଛି ଲୋକ ହୀରା ପାଇଥିବା ଦାବି ମଧ୍ୟ କରିଛନ୍ତି । ଆଜି ବି ସେହି ପାହାଡ଼ରେ ଖାଲଖମା ଓ ଅବଶିଷ୍ଟ ଖନନ ଚିହ୍ନ ସେହି ଅନିୟନ୍ତ୍ରିତ ଶୋଷଣର ନିରବ ସାକ୍ଷୀ ହିସାବରେ ଦେଖାଯାଉଛି। ୨୦୧୦ ମସିହାରେ ମାଓପ୍ରବଣ ପରିସ୍ଥିତିର ସୁଯୋଗ ନେଇ ବେଆଇନ ଖନନ ବହୁତ ବଢ଼ିଥିଲା । ସେତେବେଳେ ପୋଲିସ, ଫରେଷ୍ଟ ଓ ରାଜସ୍ୱ ବିଭାଗର ଅଧୁକାରୀମାନେ ନେ ମାଓ ଭୟରେ ସେଠାକୁପହଞ୍ଚି ପାରୁନଥିଲେ । ଏହା ଫଳରେ ଖଣି ମାଫିଆମାନେ ସକ୍ରିୟ ହୋଇ ଏହି ଅଞ୍ଚଳର ମୂଲ୍ୟବାନ ସମ୍ପଦକୁ ବେଆଇନ ଭାବେ ଶୋଷଣ କରିଥିଲେ । ମାଟିକୁ ବସ୍ତାରେ ଭରି ବିକ୍ରି କରାଯାଉଥିଲା, ଏବଂ ସାଧାରଣ ଲୋକ ସେହି ମାଟିକୁ କିଣି ହୀରା ମିଳିବାର ଆଶାରେ ପାଣିରେ ଧୋଇ ଧାଇଥିଲେ । କେତେକଙ୍କ ଭାଗ୍ୟ ଖୋଲିଥିଲା, କିନ୍ତୁ ଅଧୁକାଂଶ ଲୋକ ଲୋ ଲୋଭରେ ପଡ଼ି କ୍ଷତିଗ୍ରସ୍ତ ହୋଇଥିଲେ । ୨୦୧୭ମସିହାରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ନିଷିଦ୍ଧ ଘୋଷଣା କରିଥିଲେ ଓ କଠୋର ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ତଥାପି ଅନକୃତ କବଜା ଓ ବେଆଇନ କାରବାର ଶେଷ ହୋଇନଥିବା ଖବର ମିଳୁଛି । ଏହା ସ୍ପଷ୍ଟ କରେ ଯେ, ପ୍ରାକୃତିକ ସମ୍ପଦ ରକ୍ଷା ପାଇଁ କେଵଲ ନୀତି ନୁହେଁ, ଦୃଢ଼ ପ୍ରୟୋଗ ମଧ୍ୟ ଆବଶ୍ୟକ। ଏବେ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ବାରା କଲମିଦାଦର ଅଞ୍ଚଳରେ ହୀଟ ହୀରା ପଥର ର ସନ୍ଧାନ ନିଶ୍ଚିତ ହେବା ସହିତ ହିତ ଏହାର ବୈଷୟିକ ଓ ଅର୍ଥ ନୈତିକ ମୂଲ୍ୟାୟନ ଚାଲିଥିବା କଥା ଜଣାପଡ଼ିଛି। ଏହା ନିଶ୍ଚିତ ଭାବେ ନୂଆପଡ଼ା ପାଇଁ ଏକ ଐତିହାସିକ ସନ୍ଧିକ୍ଷଣ। କିନୁ ପ୍ରଶ୍ନ ହେଉଛି ହୀରା ମିଳିଲେ ସତ୍ୟରେ କି ନୂଆପଡ଼ାର ଭାଗ୍ୟ ବଦଳିବ ? ଏହାର ଉତ୍ତର ସ ନୁହେଁ । ଏକ ପକ୍ଷରୁ ଦେଖିଲେ, ଯଦି ସଠିକ ଯୋଜନା ଓ ପରିଚାଳନା ସହିତ ଖଣି ଖୋଳାଯାଏ, ତେବେ ଏଠାରେ ରୋଜଗାର ସୃଷ୍ଟି ହେବ, ଆର୍ଥକ କ୍ରିଯ କ୍ରିୟାକଳାପ ବଢ଼ିବ ଓ ଅଞ୍ଚଳର ପ୍ରାଥମିକ ଢାଞ୍ଚା (ରାସ୍ତା, ପାଣି, ବିଦ୍ୟୁତ, ଶିକ୍ଷା, ଚିକିତ୍ସା)ରେ ଉନ୍ନତି ଆସିପାରେ । ଦାଦନ
ଶମ ପାଇଁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ ହୋଇପାରେ। କିନ୍ତୁ ଅନ୍ୟ ପକ୍ଷରୁ ଦେଖୁଲେ, ଏହି ପ୍ରକଳ୍ପ ସହିତ ଜଡ଼ିତ ଅ ଅନେକ ସମସ୍ୟା ମଧ୍ୟ ରହିଛି । ପରିବେଶ ନଷ୍ଟ, ଜଗ ଜମି ଅଧ ଜଙ୍ଗଲ ଧ୍ବଂସ, ଅଧୁଗ୍ରହଣ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ନ୍ତୋଷ, ଓ ମାଫିଆ ଚକ୍ରର ପୁନରୁଭବ ଭଳି ଅନେକ ଚ୍ୟାଲେଞ୍ଜ ଆଗକୁ ଆସିପାରେ । ଯଦି ନିୟନ୍ତ୍ରଣ । ଓ ପ୍ରଶାସନିକ ସତର୍କତା ନ ରହିଲେ,ତେଵେ ଏହି ସମଦ ଲୋକଙ୍କ ଉନ୍ନତିର ମାଧମ ହେବାରୁ ବଞ୍ଚିତ ହୋଇ କେବଳ କିଛି ଲୋକଙ୍କ ଲାଭରେ ସୀମିତ ହୋଇପାରେ । ଏହି ପରିସ୍ଥିତିରେ ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ । ସ୍ପଷ୍ଟ ନୀତି, ସ୍ଥାନୀୟ ଲୋକଙ୍କ ଅଧୁକାର ସୁରକ୍ଷା, ପରିବେଶ ସନ୍ତୁଳନ ଓ ପାରଦର୍ଶିତା ସହିତ ଖଣି କାର୍ଯ୍ୟକଳାପ ଚାଲି ଚାଲିବା ଆବଶ୍ୟକ। ସେହି ସହିତ ଅଞ୍ଚଳର ଯୁବପିଢ଼ୀଙ୍କୁ ପ୍ରଶିକ୍ଷଣ ଦେଇ ରୋଜଗାରର ସୁଯୋଗ ଦେବା ମଧ୍ୟ ଆବଶ୍ୟକ । ସମ ସମାପ୍ତି ରେ କହି ବାକୁ ଗଲେ, କଲମିଦାଦରର ହୀରା ସନ୍ଧାନ ନୂଆପଡ଼ା ପାଇଁ ଏକ ନୂଆ ଦ୍ଵାର ଖୋଲିଛି । କିନ୍ତୁ ଏହି ଦ୍ଵାର ଦ୍ୱାରା ଆମେ ଉନ୍ନତିର ପଥରେ ପ୍ରବେଶ କରିବୁ କି, ନା କି ଅନିୟନ୍ତ୍ରିତ ଶୋଷଣର ଆଉ ଏକ ଅଧ୍ୟାୟ ଆରମ୍ଭ ହେବ ସେସବୁ ଆମର ପରିଚାଳନା ଓ ସଚେତନତା ଉପରେ ନିର୍ଭର କରିବ କରି । ନୂଆପଡ଼ା ଏବେ ହୀରାର ଆଶାରେ ଅପେକ୍ଷା କରୁଛି । ଏହି ଆଶା ସତ୍ୟ ହେଉ, କିନ୍ତୁ ସେଥ୍ ସରେ ସମସ୍ତଙ୍କ ଅଂଶୀଦାରିତ୍ଵ ନିଶ୍ଚିତ ହେଉ।

