ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତାରସିଂ ପୁଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍ ତା ନିକଟରୁ ୨୫.୧୧୦ କେଜି ଗଞ୍ଜେଇ ସହ ଏକ ମଟର ସାଇକେଲ ଜବତ କରିଛି। ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଥାନାର ନରେଶ ପ୍ରଧାନ(୪୦) । ସୋମବାର ବଦାଙ୍ଗି ରାସ୍ତାରେ ପୁଲିସ ଟିମ୍ ସଦଳ ବଳେ ପାଟ୍ରୋଲିଂ କରୁଥିବା ବେଳେ ଚକାପାଦା ରାସ୍ତାର ଜାମବଣୀଆ ନିକଟରେ ଜଣେ ଯୁବକକୁ ଅଟକାଇ ଯାଞ୍ଚ୍ କରିବା ବେଳେ ଏକ ଜରିବସ୍ତାରୁ ଗଞ୍ଜେଇ ମିଳିଥିଲା। ଏନେଇ କେଶନଂ ୪୩୦/୨୬ରେ ଏନ୍ଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

