ଫୁଲବାଣୀ -୨୧/୦୩ (ସୁନୀଲ ପଟ୍ଟନାୟକ) ପ୍ରତି ଦୁଇ ବର୍ଷ ରେ ଥରେ ଅନୁଷ୍ଠିତ ହେବାକୁ ଥିବା ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ ଙ୍କ ଚଳିତ ବର୍ଷ ୨୭ତମ ଯାତ୍ରା ପାଈଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଯାତ୍ରା କମିଟି ର ଅଧକ୍ଷ ତଥା ଉପ ଜିଲ୍ଲାପାଳ ଭିକାରୀ ସାହୂ ଙ୍କ ପରିଚାଳନାରେ ପୁରୁଣା କମିଟି ଭଙ୍ଗା ଯାଇ ନୂତନ କମିଟି ଗଠନ କରଯାଇଥିଲା lପୂର୍ବ କମିଟି ଗତ ଯାତ୍ରା ର ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ l ବିଭିନ୍ନ ସୁତ୍ରରୁ ଏକ କୋଟି ୧୫ଲକ୍ଷ ଟଂକା ଆୟ ହୋଇଥିବା ବେଳେ ପ୍ରାୟ ଏକ କୋଟି ୧୪ଲକ୍ଷ ଟଂକା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୯୯ହଜାର ଟଂକା ବଳକା ରହିଥିବା ପ୍ରକାଶ କରିଥିଲେ ଓ ଏହା ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା l ଚଳିତ ବର୍ଷ ସଭାପତି ଭାବେ କlବୁଲା ସେନା ପତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁଜିତ ବେହେରା, ସମ୍ପାଦକ ଭାବରେ ଆଇନଜୀବି ତଥା ରୋଟlରିଆନ ସଂଜିତ ପାତ୍ର, ଅର୍ଥ ସମ୍ପାଦକ ଭାବେ କମଳ ବେହେରା, ଯୁଗ୍ମ ସମ୍ପାଦକ ଭାବରେ ଅଜିତ୍ ମହାରଣା, ଜୟ ସେନ ପରିଡ଼ା, ଲିଜା ପ୍ରଧାନ, ନିର୍ବାଚିତ ହୋଇଥିଲେ l କୋଷାଧ୍ୟକ୍ଷ ଭାବେ ଅଶୋକ ମେକାପ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l ଚଳିତ ବର୍ଷ ନାରାୟଣୀ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ର ସହ ଯାକ ଜକମ ରେ ଅନୁଷ୍ଠିତ ହେବ ସେଥିପାଇଁ ଏହି କମିଟି ସ୍ଵତନ୍ତ୍ର ଧ୍ୟାନ ଦେବ ବୋଲି ସଭାପତି କାବୁଲା ସେନାପତି କହିଛନ୍ତି l ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଭିକାରୀ ସାହୂ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପରିଚାଳନା କରୁଥିବାରୁ କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା l ନିର୍ବାଚନ ରେ ସହର ର ମାର୍କେଟ କମିଟି, ମନ୍ଦିର କମିଟି, ବିଭିନ୍ନ କ୍ଲବ ର ସଭାପତି, ସମ୍ପାଦକ ଙ୍କ ସମେତ, ଯାତ୍ରା କମିଟି ସଦସ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ତେବେ ସହର ରେ ସକ୍ରୀୟ ଭାବେ କାର୍ଯ୍ୟ କରୁଥିବା କେତେକ କ୍ଳବ୍ କୁ ଡକାଯାଇନଥିବl ରୁ ଅସନ୍ତୋଷ ପ୍ରକାଶ ପାଇଥିଲା l ଆସନ୍ତା ଏପ୍ରିଲ ୧୪ ରେ ଯାତ୍ରା ଶୁଭ ଖୁଣ୍ଟି ସ୍ଥାପନ କରାଯିବା ସହ ୨୦ ଅଖି ତୃତୀୟା ରେ ମା ଙ୍କ ଯାତ୍ରା ଆରଂଭ ହେବ l

