ଫୁଲବାଣୀ,୨୯।୦୮(ସୁନୀଲ ପଟ୍ଟନାୟକ):ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ୫ବର୍ଷ ହେବ ରାସ୍ତା କାର୍ଯ୍ୟ ସରିବାକୁ ନାହିଁ ସେପଟେ କାମ ନେଇଥିବା ଠିକାଦାର କାମ ଛାଡ଼ି ଚଂପଟ ମାରି ଥିବା ଅଭିଯୋଗ ହେଉଛି l ଫଳରେ ତିନି ପଂଚାୟତ ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଦାରିଂବାଡ଼ି ବୁଡ଼ାଗୁଡ଼l ଅଞ୍ଚଳ ରେ l ବାଲିଗୁଡ଼ା ଆର୍ ଡି ବିଭାଗ ପକ୍ଷରୁ ଗତ ୪/୫ବର୍ଷ ହେଲା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବୁଡ଼ାଗୁଡ଼ା ପଂଚାୟତ କାର୍ଯ୍ୟାଳୟ ନିକଟ ହାଟପଦା ଠାରୁ ବୁରାଙ୍ଗିଆ ଯାଏ ୯ କିଲୋମିଟର ର ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା l ଟେଣ୍ଡର ପାଇ ଠିକାଦାର କାମ ଆରମ୍ଭ କରିଥିଲେ, କାମ ବହୁତ ଧୀରେ ଚାଲିଥିଲା l ଫଳରେ କାର୍ଯ୍ୟ ସମାପ୍ତି ର ଅବଧି ସରିଥିଲେ ମଧ୍ୟ କାମ ସରିପlରିନଥିଲା l ଠିକାଦାର ରାସ୍ତା ଲେବେଲ କରି ମେଟlଲ ଓ ପରେ ଗୁଡ଼ି ବିଛାଇଥିଲା l ବର୍ଷା ରେ କେତେକ ସ୍ଥାନରେ ଗୁଡ଼ି ଉଠି ରାସ୍ତା ଗାତ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଗୁଡି ପଡିଥିବା ରୁ ବାଇକ୍ ସାଇକଲ ରେ ଯିବା ବେଳେ ସ୍ଲିପ ହୋଈ ଦୁର୍ଘଟଣା ମଧ୍ୟ ଘଟୁଛି l ସ୍ବାଧୀନତାର ଦୀର୍ଘ ବର୍ଷ ପରେ ପିଚୁ ରାସ୍ତା ନିର୍ମାଣ ହେବ ଆଉ ବେଶ ଆରାମ ରେ ଗାଡ଼ିରେ ଲୋକେ ଯିବା ଆସିବା କରିବେ ବୋଲି ଭାବି ଖୁସୀ ଅନୁଭବ କରିଥିଲେ l ହେଲେ କାମ ଅଧାରେ ଛାଡ଼ି ଠିକାଦାର ଆସୁନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଜିଲ୍ଲାପାଳ ଓ ଆର୍ ଡି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି କହିଛନ୍ତି l ରାସ୍ତା ନିର୍ମାଣ କାର୍ଯ୍ୟ କେବେ ସରିବ ଆଉ ଲୋକେ କେବେ ଭଲରେ ସୁବିଧାରେ ଯା ଆସ କରିବେ ତାହା ଦେଖିବlକୁ ବାକି ରହିଲା l

