ଜଗନ୍ନାଥ ପ୍ରସାଦ,୮।୭(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ କାଦୁଆ ପିଏମଶ୍ରୀ ଗୋପୀନାଥ ନୋଡାଲ ବିଦ୍ୟାପୀଠ ପକ୍ଷରୁ ୫୭ତମ ସ୍ଵନକ୍ଷତ୍ର ଓ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢି ତୋଳିବାରେ ବିଦ୍ୟାଳୟ ର ୫୭ ବର୍ଷ ର ଭୂମିକା ଓ ବୃକ୍ଷର ଉପକାରିତା ଓ ପରିବେଶ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ସୁଜାତା ରାଣୀ ପଣ୍ଡା, ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଠ ଶିକ୍ଷାବିତ ଗୋଦାବରୀଶ ମହାପାତ୍ର , ଅବସର ପ୍ରାପ୍ତ ଅଧ୍ୟାପକ ଶିବରାମ ବେହେରା ଯୋଗଦେଇ ବିଦ୍ୟାରୂପକ ମନ୍ଦିର ର ନୀତି ନିୟମକୁ ସଂମ୍ମାନ ଦେଇ ଭଲ ପାଠ ପଢି ଚରିତ୍ରବାନ ହୋଇ ସମାଜର ସେବା କରିବା ସହ ବୃକ୍ଷ ରୋପଣ ଓ ତାହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍କାଉଟ ମାଷ୍ଟର ଦୁଃଶାସନ ରାଉତ ଓ ଗାଇଡ଼ କ୍ୟାପଟେନ ଶ୍ରୀମତୀ ନିରୁପମା ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ !

