ଫୁଲବାଣୀ:୯/୦୭(ସୁନୀଲ ପଟନାୟକ):ଫୁଲବାଣୀ ବନ ଖଣ୍ଡ ଅଧୀନ ରେଞ୍ଜ ପକ୍ଷରୁ ସ୍ଥାନୀୟ ବୃଦ୍ଧlଶ୍ରମ୍ ପରିସରରେ ବୁଧବାର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରଯାଇଥିଲା l ଫୁଲ ବାଣୀ ସମେତ ଜିଲାରେ ପରିବେଶ ସୁରକ୍ଷା ସହ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜିଲ୍ଲା ପାଳ ବେଦ ଭୂଷଣ ଓ ଫୁଲବାଣୀବନ ଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲି l ଏହି ଅବସରରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଦୁଇଟି ଗଛ ଲଗାଇବା ସହ ଗଛର ଉପଯୁକ୍ତ ଯତ୍ନ ନେବା ଲାଗି ପରାମର୍ଶ ଦେଇଛନ୍ତି ଜିଲାପାଳ ବେଦ ଭୂଷଣ ଓ ଡି ଏଫ୍ ଓ ପ୍ରତାପ କୋଟlପାଲି l ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡ଼ା ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ, ଡି ଏସ ଏସ ଓ ପି ପଦ୍ମା,ଫୁଲବାଣୀ ରେଞ୍ଜର ଆଶlଳତା ଦିଗାଲ, ସୁଡ଼ୁରୁ କୁମ୍ପl ରେଞ୍ଜର ମାନସ ରଞ୍ଜନ ସାହୁ, ଫିରିଙ୍ଗିଆ ରେଞ୍ଜର ପ୍ର ଦୋଷ କୁମାର ମହାରଣା, ରାଇକିଆ ରେଞ୍ଜର ଯୁଧିଷ୍ଠିର ବେହେରା, ଜି ଉଦୟଗିରୀ ସୁଶ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ,କର ଡl, ଟିକାବାଲି ରେଞ୍ଜର ଙ୍କ ସମେତ ବନ ପାଳ ସରୋଜ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ l ଫୁଲବାଣୀ ଡି ଏଫ୍ ଓ ଭାବେ ପ୍ରତାପ କୋଟାପାଲି ଦାୟିତ୍ବ ଗ୍ରହଣ କରିବା ର ବର୍ଷ ଟିଏ ମଧ୍ୟରେ ବନ ଖଣ୍ଡ ଅଧୀନ ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ହୋଇପରିବା ସହ ବୃକ୍ଷ ରୋପଣ କରଯାଇ ନୁତନ୍ ଜଙ୍ଗଲ ସୃଷ୍ଟି ହୋଇପାରିଛି l ଡି ଏଫ୍ ଓ ପ୍ରତାପ କୋଟା ପାଲି ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଓ ଅକ୍ଲାନ୍ତ ପରିଶ୍ରମ, ଯୋଗୁଁ ଚଳିତ ବର୍ଷ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହ ବନ୍ୟପ୍ରାଣୀ ମାନଂକ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଉଥିବା ଜଣାପଡିଛି l

